www.samajalive.in
Friday, December 12, 2025
26.1 C
Bhubaneswar

ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଆଠଗଡ : ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ୪ଦିନିଆ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ମେଘା ସେକ୍ଟର ଅନ୍ତର୍ଗତ ୮ଟି ପଞ୍ଚାୟତର ୩୫ଟି ଗ୍ରାମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍‍ଯାପନୀ ଦିବସରେ ପାଟେଣୀଗାଁ ଠାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପରୁ ସିଏଚସିର ବ୍ଲକ ଯୋଜନା ସଂଯୋଜିକା ପୁଷ୍ପମିତ୍ରା ଦାସ, ପରିଦର୍ଶିକା ବିଚିତ୍ରପ୍ରଭା ଦେଇ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ବୀଣାପାଣି ଦେଇ ପ୍ରମୁଖ ମା’ କ୍ଷୀରର ଶିଶୁ ପାଇଁ ଆବଶ୍ୟକତା ଓ ଉପକାରିତା ସଂପର୍କରେ ବୁଝାଇଥିଲେ। ନବଜାତ ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ଉପଯୁକ୍ତ ପୋଷଣ ନିହାତି ଆବଶ୍ୟକ ଏବଂ ମା’ କ୍ଷୀର ଶିଶୁର ସର୍ବୋତ୍ତମ ଖାଦ୍ୟ ବୋଲି କହିବା ସହ ଏଥିରୁ ସେମାନଙ୍କୁ ବଞ୍ଚିତ କରିବା ଉଚିତ ନୁହେଁ। ମା’ ମାନେ କୋଭିଡ ପ୍ରତିରୋଧ ଲାଗି ସମସ୍ତ ନିୟମ ମାନି ଶିଶୁକୁ ସଠିକ ଭାବେ ସ୍ତନ୍ୟପାନ କରାଇବା ଜରୁରୀ। ମା’ ର ପ୍ରଥମ କଷ କ୍ଷୀର ଶିଶୁର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ଓ ଏହା ଶିଶୁର ଏକ ସ୍ୱୟଂ ସଂପୂର୍ଣ୍ଣ ଆହାର ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍‍ଲମ୍‍ ପ୍ରକାଶ କରିଥିଲେ। ଯେଉଁ ମା’ ମାନଙ୍କଠାରେ କରୋନା ଲକ୍ଷଣ କିମ୍ବା ସେମାନେ ସଂକ୍ରମିତ ହୋଇଥିବେ। ତେବେ ବି ସେମାନେ ଶିଶୁକୁ ସ୍ତନ୍ୟପାନ କରାଇପାରିବେ କିନ୍ତୁ ସେମାନେ ସତର୍କତା ଅବଲମ୍ବନ ପୂର୍ବକ ମାସ୍କ ପିନ୍ଧିବେ, ଶିଶୁକି ଧରିବା ଓ ସ୍ତନ୍ୟପାନ କରାଇବା ପୂର୍ବରୁ ଓ ପରେ ଭଲକରି ସାବୁନରେ ହାତ ଧୋଇବା ଲାଗି ଶ୍ରୀ ଅସ୍‍ଲମ୍‍ ବୁଝାଇଥିଲେ। ଅନେକ କ୍ଷେତ୍ରରେ ଅନ୍ଧବିଶ୍ୱସ ଯୋଗୁଁ ହେଉ ଅବା କୁସଂସ୍କାର ଯୋଗୁଁ ମା’ ମାନେ ନିଜ ଜନ୍ମିତ ଶିଶୁଙ୍କୁ ସ୍ତନ୍ୟପାନରୁ ବଞ୍ଚିତ କରାଉଥିବା ଦେଖାଯାଇଥାଏ। ଉପଯୁକ୍ତ ପୋଷଣ ଅଭାବରୁ ଶିଶୁର ଶାରୀରିକ ଓ ମାନସିକ ବିକାଶ ଠିକ ଭାବେ ହୋଇପାରେ ନାହିଁ ଏବଂ ଶିଶୁଟି ପରେ ବିଭିନ୍ନ ରୋଗର ଶିକାର ହୁଏ। ତେଣୁ ଏଥିପ୍ରତି ମା’ ମାନେ ସଚେତନ ଓ ସତର୍କ ହେବା ଆବଶ୍ୟକ ଏବଂ ନିଜ ଜନ୍ମିତ ଶିଶୁକୁ ମା’ କ୍ଷୀର ପାନରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟକର୍ମୀ ବିମଳା ସାହୁ, ପ୍ରଣିତା ବାରିକ, ପୁଷ୍ପାଞ୍ଜଳି ପ୍ରଧାନ, ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ବିଜୟ କୁମାର ଜେନା, ବିଭିନ୍ନ ଗ୍ରାମର ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତି ସମୂହର କର୍ମକର୍ତ୍ତା ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories