www.samajalive.in
Friday, December 12, 2025
27.1 C
Bhubaneswar

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ, ବୌଦ୍ଧଜିଲ୍ଲାରେ ଉତ୍ସାହ ଉଦ୍ଦୀପନା

ବୌଦ୍ଧ : ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଆଜି ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁମିପୂଜା କରିଛନ୍ତି। ଏହି ଅବସରରେ ବୌଦ୍ଧଜିଲ୍ଲାର ବିଭିନ୍ନ ଗ୍ରାମ ଓ ପରିବାରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଅଛି। ପ୍ରତ୍ୟେକ ପରିବାରର ଗୃହ ସାମନାରେ ଶୁଭ କଳସ ବସାଇ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପ୍ରତ୍ୟେକ ମନ୍ଦିର ସାମନାରେ ଶ୍ରୀରାମ ଭକ୍ତମାନେ ପ୍ରଦିପ ପ୍ରଜ୍ୱଳନ କରି ମନ୍ଦିର ନିର୍ମାଣ ସୁରୁଖୁରୁରେ ସରିବା ପାଇଁ ଶୁଭ ମନାସିଥିଲେ। ବୌଦ୍ଧ ସହରର ଶ୍ରୀରାମ ମନ୍ଦିର ପରିସରରେ ଜିଲ୍ଲାବାସୀଙ୍କ ପକ୍ଷରୁ ହୋମଯଜ୍ଞ କରିବା ସହିତ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟାରେ ୧୯୯୨ ମସିହାରେ କରସେବାରେ ବୌଦ୍ଧଜିଲ୍ଲାରୁ ଯୋଗ ଦେଇଥିବା ଭାଇମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଯୁଗଳ କିଶୋର ସାହୁ, ସରୋଜ କୁମାର ସାହୁ, ବିଜୟ କୁମାର ଅଗ୍ରଓ୍ୟାଲା ଓ ରାଜେନ୍ଦ୍ର କୁମାର ଦେହୁରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସୌମିତ୍ରୀ କୁମାର ନାୟକ, ବିପ୍ରଚରଣ ମହାନ୍ତି, ନବୀନ କୁମାର ହୋତା, ମନରଞ୍ଜନ ମହାପାତ୍ର, ସଂଯୁକ୍ତା ନାୟକ ଯୋଗ ଦେଇଥିବା ବେଳେ ପୂଜକ ଭାବେ ସୌମ୍ୟରଞ୍ଜନ ପୁରୋହିତ ପରିଚାଳନା କରିଥିଲେ। କରସେବକମାନଙ୍କ ମଧ୍ୟରୁ ସ୍ୱର୍ଗବାସ ହୋଇ ଯାଇଥିବା ରଘୁନାଥ ସେଠୀ, ମାନସ ମହାକୁଡ, ପ୍ରଭାତ ସାହୁ, କିଶୋରଚନ୍ଦ୍ର ପ୍ରଧାନ, ମନରଞ୍ଜନ ମହାକୁଡ ଓ ପ୍ରହଲ୍ଲାଦ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କୋଭିଡ ୧୯ କଟକଣା ହଟିବା ପରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଶାଖା ପକ୍ଷରୁ କରସେବକମାନଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟଲୋଚନ ପ୍ରଧାନ, ପ୍ରଫୁଲ୍ଲ ଦାଶ, ବସନ୍ତ ଅମାତ୍‍, ଗରୁଡ ମାହାର, ଅକ୍ଷୟ ମହାକୁଡ. ଅଶୋକ ସାହୁ, ସୁରମଣି ବାଘ, ପ୍ରଭାତ ଦେହୁରୀ, କଷ୍ଟେଶ୍ୱର ପ୍ରଧାନ, ନାରାୟଣ ମହାରଣା, ସଞ୍ଜୟ କୁମାର ଦେହୁରୀ, ଧର୍ମୁ ପୋଢ, ନିରଞ୍ଜନ ସେଠୀ, ଶାନ୍ତନୁ ପ୍ରଧାନ, ବନମାଳୀ ସାହୁ, ବିରେନ୍ଦ୍ର ପ୍ରଧାନ, ସତ୍ୟେଶ ଶତପଥି,ଜ୍ୟୋତିରଞ୍ଜନ ପଟ୍ଟନାୟକ କୋରନା ଯୋଗୁଁ ନିଜ ନିଜ ଘରେ ଦୀପ ଜାଳିଥିଲେ। ବୌଦ୍ଧ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ରଘୁନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମନ୍ଦିର ପରିସରକୁ ଦୀପ ଜଳାଇ ଆଲୋକିତ କରାଯାଇଥିଲା।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories