www.samajalive.in
Friday, December 5, 2025
20.1 C
Bhubaneswar

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିମନ୍ତେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ହନୁମାନ ଚାଳିଶା ପାଠ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତୃବୃନ୍ଦ ଏକଶହଆଠ ହନୁମାନ ଚାଳିଶା ପାଠ ଓ ଦୀପ ପ୍ରଜ୍ୱଳନ କରିଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀମାନେ ଭୂମି ପୂଜନର ଲାଇଭ ଭିଡିଓକୁ ଏକାଠି ଦେଖିଥିଲେ।

୧୯୮୦ ମସିହାର ଆରମ୍ଭରୁ ବିଜେପି ପ୍ରଭୁ ଶ୍ରୀ ରାମଜନ୍ମ ଭୂମିଠାରେ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିଲା। ପାର୍ଟି ପ୍ରଥମରୁ ଅଯୋଧ୍ୟାରେ ସାମ୍ବିଧାନିକ ପ୍ରକ୍ରିୟାରେ ଶ୍ରୀରାମ ମନ୍ଦିରର ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଥିଲା। ୧୯୮୯ ମସିହାରେ ପାଲମପୁର ସ୍ଥିତ ରୋଟାରୀ ଭବନରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରାମମନ୍ଦିରର ପ୍ରସ୍ତାବକୁ ପାର୍ଟିର ପାଲମପୁର ଅଧିବେସନରେ ପାରିତ କରାଯାଇଥିଲା। ଶ୍ର୍ରଦେ୍ଧୟ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ୨୫ ସେପ୍ଟେମ୍ବର ୧୯୯୦ ମସିହାରେ ଗୁଜୁରାଟର ସୋମନାଥଠାରୁ ରଥଯାତ୍ରା ଆରମ୍ଭ ହୋଇଥିଲା। ୩୦ ଅକ୍ଟୋବର ୧୯୯୦ ମସିହାରେ ହଜାର ହଜାର ରାମ ଭକ୍ତମାନେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଅଯୋଧ୍ୟାରେ ପ୍ରବେଶ କରିଥିଲେ ଏବଂ ବିବାଦୀୟ ଢାଂଚା ଉପରେ ଗୈରିକ ଧ୍ୱଜ ଉଡାଇଥିଲେ। ପରେ ଅନେକ ବାଦ ବିବାଦ ଦେଖାଯିବାରୁ ରାମ ମନ୍ଦିର ନିର୍ମାଣ ନେଇ ହାଇକୋର୍ଟରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ କେସ୍‍ ଚାଲୁ ରହିଥିଲା। ସର୍ବଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ସର୍ବସମ୍ମତିରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ସପକ୍ଷରେ ନିଜ ଫଇସଲା ଶୁଣାଇଲେ। ଏହି ନିର୍ଣ୍ଣୟ ଆସ୍ଥାର ଆଧାର ଉପରେ ନୁହେଁ, ବରଂ ସମସ୍ତ ସାକ୍ଷୀ, ତଥ୍ୟ ଏବଂ ପ୍ରମାଣ ଆଧାରରେ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଖଣ୍ଡପିଠ ଲଗାତାର ଭାବେ ୪୦ ଦିନ ଧରି ଶୁଣାଣି କରିଥିଲେ। ସମସ୍ତ ପକ୍ଷକୁ ନିଜ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇଥିଲା ଓ ନ୍ୟାୟାଳୟ ତାଙ୍କ ତର୍କକୁ ଶୁଣିବା ପରେ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଶୁଣାଇଥିଲେ। ବିଜେପି ନିଜ ଘୋଷଣା ପତ୍ରରେ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଥିଲା ଏବଂ ଆଗାମୀ ଦିନରେ ଅଯୋଧ୍ୟା ଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହା ନିଶ୍ଚିତରୂପେ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜିଠୁ ଆରମ୍ଭ ହୋଇଛି ଏବଂ ଭାରତ ବର୍ଷ ଏକ ଶକ୍ତି ଶାଳୀ ଓ ବୈଭବଶାଳୀ ରାଷ୍ଟ୍ର ଭାବେ ବିଶ୍ୱରେ ପରିଗଣିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

- Advertisement -

ଏହି ହନୁମାନ ଚାଳିଶା ପାଠ ଏବଂ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ଗୋଲକ ମହାପାତ୍ର୍‍, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories