www.samajalive.in
Friday, December 5, 2025
27.1 C
Bhubaneswar

ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ ବିଜ୍ଞପ୍ତି

ମୁମ୍ବାଇ: କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ସିବିଆଇ କରିବ ବୋଲି ବୁଧବାର ସକାଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟକୁ ଜଣାଇଥିଲେ ।

- Advertisement -

ସୁଶାନ୍ତ ସିଂହ ରାଜପୁତ ମାମଲାରେ ୬ଜଣଙ୍କ ବିରୋଧରେ ମାମଲା 
ସୁଶାନ୍ତ ସିଂହଙ୍କ ପିତା କେ.କେ. ସିଂହ ଗତ ୨୮ ତାରିଖରେ ପାଟନାରେ ରିୟା ଚକ୍ରବର୍ତୀ, ତାଙ୍କ ପରିବାରର ସଦସ୍ୟ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସୁଶାନ୍ତଙ୍କୁ ଏହି ବ୍ୟକ୍ତିମାନେ ଆତ୍ମହତ୍ୟା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ବୋଲି କେ.କେ.ସିଂହ ଅଭିଯୋଗ କରିଥିଲେ । ଏହି ମାମଲାରେ ପାଟନା ପୁଲିସ ଧାରା ୩୪୧ ଓ ୩୪୨ (ଅପରାଧିକ ମନୋବୃତ୍ତି ନେଇ ବନ୍ଧକ ରଖିବା), ୩୮୦ (ରହୁଥିବା ଘରୁ ଚୋରି କରିବା), ୪୦୬ (ବିଶ୍ଵାସଘାତକତା କରିବା), ୪୨୦ (ଜାଲିଆତି) ଓ ୩୦୬ (ଆତ୍ମହତ୍ୟା ନିମନ୍ତେ ଉସୁକାଇବା) ରେ ମାମଲା ରୁଜୁ କରିଥିଲା । ନିଜ କ୍ୟାରିଅର ସମ୍ଭାଳିବା ପାଇଁ ରିୟା ଚକ୍ରବର୍ତୀ ୨୦୧୯ରେ ସୁଶାନ୍ତ ସିଂହ ରାଜପୁତ ସହ ମିଛ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ସୁଶାନ୍ତଙ୍କ ପିତା ଏଥିରେ ଅଭିଯୋଗ କରିଥିଲେ ।

ଗତ ୧୪ ଜୁନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ନିଜ ବାନ୍ଦ୍ରାସ୍ଥିତ ଘରେ ମୃତ ଅବସ୍ଥାରେ ମିଳିଥିଲେ । ନିଜ ଶୟନ କକ୍ଷରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୁଲିସକୁ ଯଦିଓ କୌଣସି ସୁଇସାଇଡ଼ ନୋଟ୍ ମିଳି ନ ଥିଲା, ତଥାପି ଏ ସମ୍ପର୍କରେ ତଦନ୍ତ ମୁମ୍ବାଇ ପୁଲିସ ଆରମ୍ଭ କରିଥିଲା । ଏହି ଘଟଣାରେ ସୁଶାନ୍ତଙ୍କ ପରିବାର ସଦସ୍ୟ, ରୋଷେଇଆ, ସହିତ ସଞ୍ଜୟ ଲୀଳା ଭଂସାଲୀ, ଫିଲ୍ମ ସମୀକ୍ଷକ ରାଜୀବ ମସନ୍ଦ, ଅଭିନେତ୍ରୀ ସଞ୍ଜନା ସାଂଘୀ, ରିୟା ଚକ୍ରବର୍ତୀ, କାଷ୍ଟିଂ ନିର୍ଦେଶକ ଶାନୁ ଶର୍ମା, ପ୍ରଯୋଜକ ମୁକେଶ ଛାବ୍ରା, ଯଶରାଜ ଫିଲ୍ମର ଆଦିତ୍ୟ ଚୋପ୍ରାଙ୍କ ସମେତ ୪୦ ଲୋକଙ୍କୁ ପଚରା ଉଚରା ମୁମ୍ବାଇ ପୁଲିସ କରି ସାରିଛି ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories