www.samajalive.in
Saturday, December 6, 2025
17.1 C
Bhubaneswar

ଭାଲୁ ସହ ୧୫ମିନିଟ ଲଢ଼େଇ ; ଜ୍ୱାଇଁଙ୍କ ଜୀବନ ବଞ୍ଚାଇଲା ଶ୍ୱଶୁରଙ୍କ ପୋଷା କୁକୁର!

ନୀଳଗିରି: ନିଜ ଜୀବନ ବଞ୍ଚାଇବାକୁ ହିଂସ୍ର ଭାଲୁ ସହ ୧୫ମିନିଟ ଲଢ଼େଇ କରି ନିସ୍ତେଜ ହୋଇ ପଡ଼ିଥିଲେ ଜ୍ୱାଇଁ। ଶେଷରେ ଶ୍ୱଶୁରଙ୍କ ପୋଷା କୁକୁର ପହଞ୍ଚି ତାଙ୍କ ଜୀବନ ବଞ୍ଚାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।

ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟସ୍ଥ କାଠଗୋଛି ଗାଁର ମଙ୍ଗୁଳିଆ ସିଂଙ୍କ ପୁଅ ଛବି (୩୬) ରାକ୍ଷୀପୂର୍ଣ୍ଣିମା ଅବସରରେ ପୋଡ଼ାଶୋଳ ନିକଟସ୍ଥ ଡେଙ୍ଗାସାହି ଗାଁର ଶ୍ୱଶୁର ଘରକୁ ବୁଲିବା ପାଇଁ ଯାଇଥିଲେ। ବୁଧବାର ସକାଳେ ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଭାଲୁ ହାବୁଡ଼ରେ ପଡ଼ଥିଲେ। ଭାଲୁଟି ଅଚାନକ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ସେ ଦୌଡୁଥିବା ସମୟରେ ଭାଲୁଟି ତାଙ୍କ ଜଙ୍ଘ ଓ ହାତକୁ କାମୁଡ଼ି କ୍ଷତାକ୍ତ କରି ଦେଇଛି। ଦୀର୍ଘ ପ୍ରାୟ ୧୫ମିନିଟ ଭାଲୁ ସହ ଲଢ଼ି ଚିତ୍କାର କରୁଥିବା ଦେଖି ଶ୍ୱଶୁର ଘରର ପୋଷା କୁକୁର ସେହି ସ୍ଥାନକୁ ଦୌଡ଼ି ଆସି ଭାଲୁକୁ କାମୁଡ଼ିବାକୁ ଉଦ୍ୟମ କରିଥିଲା। ବାରମ୍ବାର ଏହି ପୋଷା କୁକୁରର ପ୍ରତିଆକ୍ରମଣରେ ଭାଲୁଟି ଭୟବୀତ ହୋଇ ଜଙ୍ଗଲକୁ ଦୌଡ଼ି ପଳାଇବାକୁ ଜ୍ୱାଇଁଙ୍କ ଜୀବନ ବଞ୍ଚି ଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟଲୋକେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories