www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ଲାଜ୍‌ମା ଦାନ ପାଇଁ ଢେଙ୍କାନାଳରେ ଆଗେଇ ଆସିଲେ ୪ କରୋନା ଆରୋଗ୍ୟ

ଭୁବନେଶ୍ୱର: ଆଜି ପ୍ରଥମ ଥର ପାଇଁ ଢେଙ୍କାନାଳ ଜିଲ୍ଲାର ୪ ଜଣ କରୋନା ଆରୋଗ୍ୟ ପ୍ଲାଜ୍‌ମା ଦାନ କରିଛନ୍ତି । ଏମାନେ ହେଲେ ପ୍ରୀତିରଞ୍ଜନ ନାୟକ (୨୨ ବର୍ଷ), ସାନ ବ୍ରହ୍ମପୁର, ମାନସ ରଞ୍ଜନ ରାଉତ (୪୦ ବର୍ଷ), ଜିରାଳ, ସରୋଜ କୁମାର ଖୁଣ୍ଟିଆ (୨୬ ବର୍ଷ), ଜିରାଳ ଏବଂ ଆଉରଙ୍ଗଜେବ୍‌ ନାୟକ (୪୪ ବର୍ଷ), ନୂଆ ଆଲ୍‌ତୁମା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ  ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ‌ ଦିବ୍ୟ ଶଙ୍କର ମିଶ୍ର  ଗତ ସପ୍ତାହରେ ଦିନିକିଆ ଢେଙ୍କାନାଳ ଗସ୍ତ କରି ଏ ସଂପର୍କରେ ବୈଠକ ଆୟୋଜନ କରିଥିଲେ । ଆରୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ଲାଜ୍‌ମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କ ଜୀବନ  ରକ୍ଷା କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ଉକ୍ତ ଯୁବକମାନେ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଗ୍ରହ ପ୍ରକାଶ କରି ଆଗେଇ ଆସିଥିବା ଜଣାପଡ଼ିଛି । ତାଲିକା ଅନୁଯାୟୀ ଜିଲ୍ଲାରେ ୫୩ ଜଣ ପ୍ଲାଜ୍‌ମା ଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ପୀଡ଼ିତ ସୁସ୍ଥ ହେବା ପରେ ୪ ସପ୍ତାହ ପରେ ପ୍ଲାଜ୍‌ମା ଦାନ କରିପାରିବେ । ଏଥି ପାଇଁ ବ୍ୟକ୍ତିଙ୍କୁ ୧୮ରୁ ୬୦ ବର୍ଷ ବୟସ ଏବଂ ୫୫ କେଜି ହୋଇଥିବା ଆବଶ୍ୟକ । ଏ ବିଷୟରେ ଗଣମାଧ୍ୟମର ପ୍ରତିନିଧିମାନେ ଗାଆଁଗହଳିରେ ବାର୍ତ୍ତା ପହଞ୍ଚାଇବା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇପାରିବେ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆହ୍ୱାନ ଦେଇଥିଲେ । ମନ୍ତ୍ରୀ ପ୍ଲାଜ୍‌ମା ଦାନ କରିଥିବା ଯୁବକମାନଙ୍କୁ ଏହି ମହତ୍‌କାର୍ଯ୍ୟ ନିମନ୍ତେ ସାଧୁବାଦ ଜଣାଇବା ସହ ତାଙ୍କର ଏହି ମଣିଷପଣିଆ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories