www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ସହରକୁ ଫେରିବାକୁ ଚାହୁଁଛନ୍ତି ଦୁଇ ତୃତୀୟାଂଶ ପ୍ରବାସୀ

ନୂଆଦିଲ୍ଲୀ: କରୋନା ମହାମାରୀର ସବୁଠାରୁ ବଡ ମାଡ ହୋଇଛି ପ୍ରବାସୀ ଶ୍ରମିକଙ୍କ ଉପରେ । କାରଣ କରୋନା ଲକଡାଉନ ଯୋଗୁ ଦେଶରେ ଆର୍ଥିକ କାରବାର ସମ୍ପୂର୍ଣ ଭାବେ ମାନ୍ଦା ପଡିଯାଇଥିଲା । ଏମିତିକି ଦେଶର ବଡ ବଡ ସହରର କଳ କାରଖାନା ଓ ଶିଳ୍ପ ସଂସ୍ଥାଗୁଡିକରେ କାମ କରିବାକୁ ଯାଇ ଅଟକି ରହିଥିବା ପ୍ରବାସୀମାନେ ଖାଇବାକୁ ନ ପାଇ ନିଜ ଗାଁ ଭିଟାମାଟିକୁ ଫେରିଆସିଥିଲେ ।ସେତେବେଳର ଦେଶ ବିଭାଜନ ପରେ ନିଜର ଜନ୍ମସ୍ଥାନକୁ ଫେରିଆସିବା ନେଇ ଏହାକୁ ସବୁଠାରୁ ବଡ ଘଟଣା କୁହାଯାଉଛି । ସହରରୁ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ସ୍ବତନ୍ତ୍ର ଟ୍ରେନ ଚଳାଇଥିଲେ । ଏତେସବୁ ସମସ୍ୟା ଦେଇ ଘରକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଅନେକ ଏବେ ପୁଣି ସେମାନଙ୍କର କର୍ମ କ୍ଷେତ୍ରକୁ ଫେରିବାକୁ ଇଚ୍ଛା ପ୍ରକାଶ କଲେଣି । ଅର୍ଥାତ ବର୍ତ୍ତମାନ ସେହି ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ପୁଣିଥରେ ସହରକୁ ଫେରିବାକୁ ଚାହୁଁଛନ୍ତି । ଏହାର ଏକ ବଡ କାରଣ ହେଉଛି ଗାଁ ରେ ସେମାନେ ସହର ଭଳି ଜଡିତଥିବା ବା ଜାଣିଥିବା କାମ ପାଉନାହାନ୍ତି, ଯାହା ଏବେ ଏହି ପ୍ରବାସୀମାନଙ୍କ ଲାଗି ବଡ଼ ଚିନ୍ତାର ବିଷୟ ହୋଇଛି ।

ଦେଶର ୧୧ଟି ରାଜ୍ୟର ୪୮୩୫ ଗ୍ରାମୀଣ ପରିବାରକୁ ନେଇ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ମିଳିଛି । ଏଥିରୁ ୧୧୯୬ ପରିବାରର ପ୍ରବାସୀ ଶ୍ରମିକଙ୍କ ସହ ସମ୍ପର୍କ ରହିଛି । ଏଥିରୁ ୭୪% ପରିବାର କରୋନା ପରିସ୍ଥିତିର ବାଧ୍ୟ ହୋଇ ଗାଁ କୁ ଫେରିଥିଲେ । ଆହୁରିମଧ୍ୟ ଏମାନଙ୍କ ମଧ୍ୟରୁ ୨୯%ପ୍ରବାସୀ ସହରକୁ ଫେରିସିଥିବାବେଳେ ଆଉ ୪୫% ଏବେ ସହରକୁ ଫେରିବାକୁ ଚାହୁଁଥିବା ସର୍ବେକ୍ଷଣରୁ ଜଣାଯାଇଛି । ଗତ ଜୁନ ୨୪ରୁ ଜୁଲାଇ ୮ ମଧ୍ୟରେ ଦେଶର ଓଡିଶା, ଝାଡଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ତ୍ରିପୁରା, ଉତ୍ତରପ୍ରଦେଶ,ବିହାର, ରାଜସ୍ଥାନ,ଗୁଜରାଟ ଏବଂ ଆସାମ ଆଦି ରାଜ୍ୟର ୪୫ଟି ଜିଲାକୁ ନେଇ ଏହି ସର୍ଭେ କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories