www.samajalive.in
Friday, December 5, 2025
26.1 C
Bhubaneswar

ୱେବ ସତସଙ୍ଗ ଓ ସ୍ମୃତିସଭା

ଭୁବନେଶ୍ୱର: ବିଶିଷ୍ଟ ସମବାୟବିତ୍ତ ସ୍ବର୍ଗତାଃ ନର୍ମଦା ମହାନ୍ତିଙ୍କର ୩ୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ୱେବ ସତସଙ୍ଗ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ ପରିବାରର ଦାୟିତ୍ୱରେ ଥିବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଶ୍ରୀମତୀ ମହାନ୍ତିଙ୍କର ବିଭିନ୍ନ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ରାଜ୍ୟ ସରକାରଙ୍କର ଆବାସିକ ପ୍ରତିନିଧି (ମୁମ୍ବାଇ) କୃପାନିଧି ବିଶ୍ୱାଳ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ରଙ୍କର ବିଭିନ୍ନ ଲୀଳା ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରୀମତୀ ମହାନ୍ତି ଶ୍ରୀ ଶ୍ରୀ ଠାକୁରଙ୍କୁ ଧରି କିପରି ଲାଭାନ୍ବିତ ହୋଇଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ସତସଙ୍ଗରେ ହରିହର ପଣ୍ଡା, ସତ୍ୟକାମ ନାୟକ, ଅମରେଶ ଦାସ, ସନ୍ତୋଷ ରାଉତ, ଅନିଲ କୁମାର ନାୟକ ଶ୍ରୀ ଶ୍ରୀ ଠାକୁରଙ୍କର ବିଭିନ୍ନ ଗୁଣାବଳୀ ବର୍ଣ୍ଣନା କରିବା ସଙ୍ଗେ ଭଜନ କୀର୍ତ୍ତନ ମଧ୍ୟ ପରିବେଷଣ କରିଥିଲେ। ଏହି ସ୍ମୃତି ସଭାରେ ସୁକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୱେବ ସତସଙ୍ଗରେ ଓଡିଶା ତଥା ଓଡିଶା ବାହାରୁ ୨୦୦ରୁ ଅଧିକ ଭକ୍ତ ଯୋଗଦେଇଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories