www.samajalive.in
Saturday, December 6, 2025
17.1 C
Bhubaneswar

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି। ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବା ସହିତ ଲୋକଙ୍କର ସ୍ଥାନୀୟ ସମସ୍ୟା, ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ପ୍ରସଙ୍ଗଗୁଡିକୁ ଆଧାର କରି ଗଣ ଆନ୍ଦୋଳନ ଗଢି ତୋଳିବା ସହିତ ସଙ୍ଗଠନକୁ ଶକ୍ତିଶାଳୀ କରାଯିବାର ନିଷ୍ପତି ନିଆଯାଇଛି। ଆରଜିପିଆରଏସ ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଗଠନର ଅଧକ୍ଷା ସୁଶ୍ରୀ ମିନାକ୍ଷୀ ନଟରାଜନ, ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ, ଜାତୀୟ ଆବାହକ ରଜନୀକାନ୍ତ ବାଡ଼, ଓଡିଶା ପ୍ରଭାରୀ ରାଜକୁମାର କିରାଡୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକା, ଏଆଇସିସି ସମ୍ପାଦକ ଶରତ ରାଉତ, ବିଧାୟକ ମହମ୍ମଦ ମୁକିମ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ପିସିସି ସାମାଜିକ ଗଣମାଧ୍ୟମ ଅଧକ୍ଷ ଅଭିଷେକ ମହାନନ୍ଦ, ବିସ୍ମୟ ମହାପାତ୍ର, ସାମାଜିଜ ଗଣମାଧ୍ୟମ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ଚେତନ ମିଶ୍ରଙ୍କ ସମେତ ୩୩ ଟି ସାଂଗଠନିକ ଜିଲ୍ଲାର ସଭାପତି ମାନେ ଯୋଗ ଦେଇଥିଲେ।

ସଂଗଠନର ଜାତୀୟ ଅଧକ୍ଷା ସୁଶ୍ରୀ ନଟରାରଜନ କାର୍ୟ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ ସଂପ୍ରତି ଆମ ଦେଶ ଏକ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରୁଛି।ଦେଶର ଗଣତନ୍ତ୍ର,ସମ୍ବିଧାନ,ସଂଘୀୟ ବ୍ୟବସ୍ଥା ତଥା ଲୋକତନ୍ତ୍ର ବିପଦର ସମ୍ମୁଖୀନ।ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ ଆଇନ ମାଧ୍ୟମରେ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଯେଉଁ କ୍ଷମତା ଓ ଅଧିକାର ଦିଆଯିବାର ପ୍ରୟାସ କରାଯାଇଥିଲା ତାହା ଆଜି ଉପେକ୍ଷିତ।ତୃଣମୂଳ ସ୍ତରରେ ଲୋଜମାନେ ସାମାଜିକ ନିରାପତ୍ତା ଓ ମୌଳିକ ଅଧିକାର ଗୁଡ଼ିକରୁ ବଞ୍ଚିତ।ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ଆହ୍ୱାନ ଦେବାସହିତ ଏହି ଦେଶର ସାଂପ୍ରତିକ ପରିସ୍ଥିତି ର ମୁକାବିଲା କରିହେବ ବୋଲି କହିଥିଲେ।ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରତି ୱାର୍ଡ ସଂଗଠନର ସକ୍ରିୟ କର୍ମୀଙ୍କୁ ଠାବ କରିବା ସହିତ ସେମାନଙ୍କୁ ରାଜନୈତିକ ଭାବରେ ଶାଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ।ରାଜ୍ୟରେ ଏବେଠୁଁ ପଞ୍ଚାୟତ ରାଜ ସଂଗଠନକୁ ସୃଦୃଢ କରିବା ପାଇଁ ଜିଲ୍ଲା ସଭାପତି ମାନେ ବିଭିନ୍ନ ପରାମର୍ଶ ମାନଦେଇଥିଲେ। ଶେଷରେ କଂଗ୍ରେସ ନେତା ଶ୍ରୀ ଜ୍ଞାନଦେଵ ବେଉରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories