କଲମପୁର: ବିଷାକ୍ତ ସାପ କାମୁଡାରେ ଜଣକର ମୃତ୍ୟୁ ହେବା ଭଳି ଅଘଟଣ କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଉକ୍ତ ବ୍ୟକ୍ତି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଇଥିବାରୁ ପରିବାର ଏବେ ଅସହାୟ ହେଇ ପଡିଛନ୍ତି।
ସୂଚନା ଅନୁଯାୟୀ, କଲମପୁର ବ୍ଲକ ଅଧିନସ୍ଥ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ୪୮ ବର୍ଷିୟ ରାମେଶ୍ୱର ବିହାରୀ ନିଜ ଘରେ ଶୋଇଥିବା ବେଳେ ରାତି ସମୟରୋ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଏନେଇ ପରିବାର ଲୋକ ଜାଣିବା ପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେଇଥିବାରୁ କଲମପୁର ପରିବର୍ତେ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଇଥିବା ସୂଚନା ଦେଇଥିଲେ। ଏନେଇ ପରିବାର ଲୋକ ତୁରନ୍ତ ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିବା ପରେ ବିଳମ୍ବିତ ସମୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।



