www.samajalive.in
Saturday, December 6, 2025
23.1 C
Bhubaneswar

ଯୁବତୀ ଅପହରଣକୁ ବିତିଲାଣି ୯ ଦିନ, ମାମଲା ରୁଜୁ କରି ପୁଲିସ ଚୁପ୍‍

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ବଣସିଂହ ଗାଁର ଜଣେ ଯୁବତୀଙ୍କୁ ଗତ ୨୩ ତାରିଖରୁ ଅପହରଣ କରିନିଆଯାଇଛି। ଏ ନେଇ ଘଟଣା ପରଦିନ ୨୪ ତାରିଖରେ ଯୁବତୀଙ୍କ ବାପା ଯୋରନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‍ ଏକ ମାମଲା ରୁଜୁ କରି ଚୁପ୍‍ ହୋଇ ବସିପଡିଛି। ପରିବାର ଲୋକେ ଝିଅ କେଉଁଠି ଅଛି ସୂଚନା ଦେବାପରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅପେକ୍ଷା କରିଛି। ମହିଳା ଚାଲାଣ, ଅପହରଣ ଓ ନିର୍ଯାତନା ଘଟଣାରେ ପୁଲିସ୍‍ର ଏଭଳି ଦାୟିତ୍ୱହୀନତା ଢେଙ୍କାନାଳ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ ଯେ, ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ବଣସିଂହ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ସୋସିଆଲ୍‍ ମିଡିଆରେ ପ୍ରଲୋଭନ ଦେଖାଇ ଅନୁଗୁଳ ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଛି। ଏ ନେଇ ପରିବାର ଲୋକେ ଯୋରନ୍ଦା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ୍‍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ଅଭିଯୋଗକାରୀଙ୍କୁ ଏଫ୍‍ଆଇଆର୍‍ କପି ପ୍ରଦାନ କରାଯାଇନାହିଁ। ଅପହରଣ ପରେ ପ୍ରଥମେ ଅନୁଗୁଳ ସହର ଏବଂ ପରେ ଛେଣ୍ଡିପଦାର କୌଣସି ଏକ ସ୍ଥାନରେ ରଖାଯାଇଥିବା ନେଇ ପରିବାର ଲୋକେ ଟ୍ରାକିଂ କରି ଯୋରନ୍ଦା ପୁଲିସ୍‍କୁ ଖବର ଦେଇଥିଲେ ମଧ୍ୟ ପୁଲିସ୍‍ କେବଳ ଭିଏଚ୍‍ଏଫ୍‍ ମେସେଜ୍‍ ଦେଇ ଚୁପ୍‍ ବସି ରହିଛି। ଫଳରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ଝିଅ ମୃତ କି ଜୀବିତ କିମ୍ବା ନିର୍ଯାତିତ ଅବସ୍ଥାରେ ଅଛି ଏନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। ଏନେଇ ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଂଙ୍କୁ ପଚାରିବାରେ କୁହନ୍ତି, ଏ ସଂପର୍କରେ ୧୮-୨୦ରେ ଏକ ମାମଲା ରୁଜୁ କରାଯାଇଛି। ବିଭିନ୍ନ ଥାନାକୁ ଭିଏଚ୍‍ଏଫ୍‍ରେ ମେସେଜ୍‍ ଦିଆଯାଇଛି। କିନ୍ତୁ ତାଙ୍କ ପରିବାର ଲୋକେ କେଉଁଠି ଅଛି ନିର୍ଦ୍ଧିଷ୍ଟ ଖବର ଦେଇପାରୁନାହାନ୍ତି। ସେମାନେ ନିର୍ଦ୍ଧିଷ୍ଟ ଖବର ଦେଲେ ଆମେ ଚଢ଼ାଉ କରି ଧରିବୁ ବୋଲି କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ପ୍ରତି ପୁଲିସ୍‍ର ଯେଉଁ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଛି ତାହା ଏହି କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ପୁଲିସ୍‍ ଚିରାଚରିତ ଢଙ୍ଗରେ ମାମଲା ରୁଜୁ କରି ବସି ପଡୁଥିବାରୁ ଅପହରଣକାରୀଙ୍କ କବଳରେ ଯୁବତୀ କେଉଁଭଳି ଅବସ୍ଥାରେ ରହିଛି ତାହା ପରିବାର ଲୋକଙ୍କ ପାଇଁ ଚିନ୍ତା ବଢାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories