ରେଙ୍ଗାଲି:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ର ଘିଚାମୁରା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ବରେ ଆଜି ବୃକ୍ଷରୋପଣ କରାଯାଇଥିଲା। ଗ୍ରୀନ୍ ରେଙ୍ଗାଲି ଅଭିଯାନ ମାଧ୍ୟମରେ ପରିଚାଳିତ ଏହି କାର୍ୟ୍ୟକ୍ରମରେ ଘିଚାମୁରା ଗ୍ରାମବାସୀ, ରେଙ୍ଗାଲିର ସ୍ୱାଧିନ ଏକତା ସଙ୍ଗଠନ ଏବଂ ବନ ବିଭାଗର ମିଳିତ ଆନୂକୂଲ୍ୟ ରେ ରାସ୍ତାର ଉଭୟପାର୍ଶ୍ବ ରେ ୫୦ରୁ ଊର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା। ବରିଷ୍ଠ ସମାଜସେବୀ ଶଶିଭୂଷଣ ସାହୁ, ସ୍ୱାଧିନଏକତା ସଙ୍ଗଠନ ର ସଭାପତି ରାଜିବ କୁମାର ମିଶ୍ର, ଘିଚାମୁରା ଗ୍ରାମର ସନ୍ତୋଷ ତ୍ରିପାଠି, ଦୁର୍ଗା ପଟେଲ, ଖଗେଶ୍ୱର ନାଥ, ବିରଞ୍ଚି ନାଏକ, ନୃପମଣୀ ଗୁରୁଙ୍କ ତତ୍ତ୍ୱାଧାନ ରେ ସ୍ୱାଧିନ ଏକତା ସଙ୍ଗଠନର ଦିବ୍ୟଶଙ୍କର ବେହେରା, ତପନ ବିଶ୍ୱାଲ, ପଦ୍ମନାଭ ଭୋଇ, ହରିଶ ସା ଏବଂ ଘିଚାମୁରା ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନେ ଏହି ଅଭିଯାନ ରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।
Popular Categories



