www.samajalive.in
Saturday, December 6, 2025
15.1 C
Bhubaneswar

କାଳିଆ ଟଙ୍କା ଫେରାଇବାକୁ ୩୨୬ ଜଣଙ୍କୁ ନୋଟିସ, ହିତାଧିକାରୀ ଛାନିଆଁ

ତୁଷୁରା:ଗତ ବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ଗରିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଧୃଢ଼ କରିବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିôଲେ। ଏହି ଯୋଜନାରେ ଗରିବ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ସେମାନଙ୍କ ଜମାଖାତାକୁ ପର୍ୟ୍ୟାୟକ୍ରମେ ୫ ହଜାର ଓ ତାପରେ ଦ୍ୱିତୀୟ ପର୍ୟ୍ୟାୟରେ ୧୦ ହଜାର ଟଙ୍କା ହିସାବରେ ଜଣେ ଚାଷୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା। ଏବେ କିନ୍ତୁ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚୟନ କରିଛନ୍ତି ଏବଂ ସେମାନଙ୍କୁ କାଳିଆ ଯୋଜନାରେ ପାଇଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ୧୩ ଗୋଟି ପଂଚାୟତ ଓ ତୁଷୁରା ଏନଏସିର ୧୧ ଗୋଟି ୱାର୍ଡ଼ ମ୍ମରୁ କାଳିଆ ଯୋଜନାରେ ସାମିଳ ଥିବା ୩୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ନୋଟିସ ପାଇଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିଆରେ କହିଛନ୍ତି ଯେ ସରକାର ନିଜେ କାଳିଆ ଯୋଜନାର ହିତାଧିକାରୀ ଚୟନ କରିଥିଲେ ଏବଂ ପ୍ରୋତ୍ସାହନ ରାଶି ଜମାଖାତାରେ ଜମା କରିଥିଲେ।ଏହିପରିକି ଏହି ବ୍ଳକ ଓ ଏନଏସିରେ ଦ୍ୱିତୀୟ କିସ୍ତି କାଭାଁ କିଛି ହିତାଧିକାରୀ ପାଇଥିଲେ। ଏବେ କରୋନା ସଂକ୍ରମଣ ଯୋଗୁଁ ସମଗ୍ର ଦେଶବାସୀ କାମଧନ୍ଦା ହରାଇ ଘୋର ଆର୍ଥିକ ସଂଙ୍କଟରେ ଥିବାବେଳେ ରାଜ୍ୟ ସରକାରଙ୍କ ଟଙ୍କା ଫେରାଇବା ପାଇଁ ନୋଟିସ ବଡ଼ ଦୁଃଖଦାୟକ। ବର୍ତମାନ କାହା ପାଖରେ ଘର ଚଳାଇବା ପାଇଁ ଟଙ୍କା ନାହିଁ। ତାଉପରେ ଏବେ ଖରି‘ ଚାଷ ଧାନ ରୁଆ ଓ ବୁରା ଚାଳିଛି। ଯେଉଁଥି ପାଇଁ ଚାଷୀ ଧାର କରଜରେ ଚାଷ କାର୍ୟ୍ୟ କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଚାଷୀଙ୍କୁ ଟଙ୍କା ଫେରାଇବାକୁ ନୋଟିସ ଦେବା ଠିକ ହୋଇ ନାହିଁ। ନୋଟିସ ପାଇଥିବା ଚାଷୀମାନେ ଟଙ୍କା ଫେରାଇବାକୁ ଧାର କରଜରେ ଯୋଗାଡ଼ କରିବା ପାଇଁ ବର୍ତମାନ ଧାଁଧପଡ଼ କରୁଥିବାବେଳେ ଟଙ୍କା କେଉଁଠୁ ନ ପାଇ ନିରାଶ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ କାଳିଆ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରିତ ବ୍ଳକର ପ୍ରାୟ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ ଦିଆ ସରିଛି। ରାଜ୍ୟ ସରକାର ଏକ ବ୍ୟାଙ୍କ ଏକାଉଂଟ ନମ୍ବର ଜାରୀ କରିଛନ୍ତି ଯେଉଁଠି ଚାଷୀମାନେ ଟଙ୍କା ଫେରସ୍ତ କରି ପାରିବେ ବୋଲି ଗୁଡ଼ଭେଳା ବ୍ଳକ ଅତିରିକ୍ତ କୃଷୀ ଅଧିକାରୀ ପ୍ରମୋଦ ବଡ଼ପଣ୍ଡା ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories