www.samajalive.in
Sunday, December 7, 2025
18.1 C
Bhubaneswar

ଲୁଗାଦୋଳିରୁ ପଡ଼ି ଶିଶୁପୁତ୍ର ଗୁରୁତର, ଚିକିତ୍ସାରେ ଅର୍ଥ ବାଧକ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଏଣ୍ଡଳବା ଗାଁର ଏକ ୭ମାସର ଶିଶୁପୁତ୍ର ଲୁଗା ଦୋଳିରୁ ପଡ଼ି ଗୁରୁତର ଆହାତ ହୋଇଛି । ଆହାତ ଶିଶୁପୁତ୍ରକୁ ଭଲ କରିବାକୁ ଏବେ ଅର୍ଥ ବାଧକ ସାଜିଛି ।  ଏଭଳି ଅବସ୍ଥରେ  ଅସହାୟ ମାଆ ଏକମାତ୍ର ପୁଅର ଚିକିତ୍ସା ନିମନ୍ତେ ଆର୍ଥିକକ ସହାୟତାର ହାତ ପାତିଛନ୍ତି।

ସୂଚନା ଅନୁଯାୟୀ, ଏଣ୍ଡଳବା ଗାଁର ସ୍ୱର୍ଗତ ପରମାନନ୍ଦ ତରାଇଙ୍କ ସାନଝିଅ କବିତା ତରେଇ ୨୦୧୯ରେ ଯାଜପୁର ରୋଡ ନିକଟସ୍ଥ ତରାପୁର ଗାଁରେ ବିବାହ କରିଥିଲେ । କିଛି ଦିନ ପରେ ପାରିବାରିକ କଳହରୁ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେବାରୁ ସେ ଏକମାତ୍ର ୭ମାସର ଶିଶୁ ପୁତ୍ରର ମୁହଁକୁ ଚାହିଁ ବିଧବା ମାଆଙ୍କ ପାଖରେ ରହୁଛନ୍ତି । ମାଆ ନିଜେ ଚଳିବାକୁ ଶୁଖୁଆ ବେପାର କରୁଥିବା ବେଳେ ଝିଆ ମାଆ ଉପରେ ବୋଝ ହୋଇଛି । ମାଆକୁ ସାହାଯ୍ୟ କରିବାକୁ ଝିଆ କବିତା ବେଳେ ବେଳେ ପୁଅକୁ ଏକ ଲୁଗା ଦୋଳିରେ ଶୁଆଇ ଦେଇଥାଏ। ସବୁଦିନ କିନ୍ତୁ ଭଲରେ ଗଲା ନାହିଁ। ଗତ ୨୩ ତାରିଖ ଦିନ ପିଲାଟି ଦୋଳିରୁ ଖସି ପଡ଼ି ମୁଣ୍ଡରେ ଗଭିର ଆଘାତ ଲାଗିବାରୁ ଗୁରୁତର ହୋଇପଡ଼ିଥିଲା। ପ୍ରଥମେ ଯାଜପୁର ରୋଡ ଓ ପରେ କଳିଙ୍ଗ ନଗର ଟାଟାମେଡିକା ନେଇ ଯାଇଥିଲେ। ମୁଣ୍ଡରେ ମାଡ ହୋଇ ରକ୍ତ ଜମି ଯାଇଥିବାରୁ ଏକ ଅସ୍ତ୍ରପ୍ରଚାର ଆବଶ୍ୟକତା ଥିବା କହିବା ପରେ ଏବେ ଅର୍ଥର ଆବଶ୍ୟକତା। ଟଙ୍କା ଯୋଗାଡ ନ ହେବାରୁ ସେ ପୁଅକୁ ଶିଶୁଭବନ ନେଇ ମାଗଣା ଚିକିତ୍ସା କରାଇବାକୁ ଚାହିଁଥିଲେ। ଏ ପଟେ ପିଲାର ଅବସ୍ଥା ପୁଣି ବିଗିଡିବାରୁ ତାକୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଅସ୍ତ୍ରପ୍ରଚାର ପାଇଁ ଆବଶ୍ୟକ ଥିବା ଏକ ଲକ୍ଷ ଟଙ୍କା ଯୋଗାଡ କରିବା ପାଇଁ ଏବେ ଘର ଘର ବୁଲୁଛନ୍ତି କବିତା। ଏତେ ଟଙ୍କା କୋଉଠୁ ଅବା ଯୋଗାଡ କରିବେ। ଏହି ଅସହାୟ ମାଆକୁ ସାହାଯ୍ୟର ହାତ ବଢାଇ ପିଲାର ଜୀବନ ବଞ୍ଚାଇବାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ନିବେଦନ କରିଛନ୍ତି। ଆଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଏହି ଖବର ପାଇ ସେଠାରେ ପହଞ୍ଚି ତାଙ୍କୁ କିଛି ଅର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରୀ ସହୟତାର ବନ୍ଦୋବସ୍ତ କରାଇଦେବାର ପ୍ରତିଶୃତି ଦେଇଥିବା ଜଣାଯାଇଛି। ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories