www.samajalive.in
Saturday, December 13, 2025
21.1 C
Bhubaneswar

ଇଦ୍‌ରେ ବାଣ୍ଟିଥିବା ଦେଢ଼ କୋଟିର ଖୋଳତାଡ଼ ହେବ

କେନ୍ଦ୍ରାପଡା : ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ ଦଳ ୫ଦିନିଆ ଜିମା(ରିାମଣ୍ଡ)ରେ ନେଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସଫୋର୍ସର ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ବୁଧବାର ଏକ ଟିମ୍‌ କେନ୍ଦ୍ରାପଡାକୁ ଆସି ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ୧୦ଦିନ ପାଇଁ ନିଜ ହେପାଜତକୁ ନେବାପାଇଁ ଏସଡିଜେଏମ୍‌ ନିହାର ରଞନ ସାହୁଙ୍କ କୋର୍ଟରେ ଆବେଦନ କରିଥିଲେ।
ଆବେଦନକୁ ବିଚାରକରି ଏସଡିଜେଏମ୍‌ ଟିଟୋକୁ ୫ଦିନପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସଫୋର୍ସ ଟିମ୍‌କୁ ହସ୍ତାନ୍ତର କରିଛନ୍ତି। ଏହି ୫ଦିନ ମଧ୍ୟରେ ଟିଟୋର ସମସ୍ତ ବ୍ୟବସାୟ,ଆର୍ଥିକ ଫାଇଦା,ଟେଣ୍ଡର ଫିକ୍ସିଂ ସହିତ କେଉଁଠୁ କେତେ ଅର୍ଥ ଆଣିଛି ସେ ସମ୍ପର୍କରେ ତଦନ୍ତ କରିବ। କଟକ ବଡମେଡିକାଲରୁ ଗତକାଲି କେନ୍ଦ୍ରାପଡା କୋର୍ଟକୁ ଆସୁଥିବା ବେଳେ ଟିଟୋ କ୍ରାଇମବ୍ରାଞ୍ଚ ଟିମ୍‌ ଆଗରେ ଗାଡି ଭିତରେ ସ୍ୱୀକାର କରିଥିଲା

ଯେ ଗତ ଇଦ୍‌ ଦିବସରେ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରାୟ ଦେଢକୋଟି ଟଙ୍କା ମୁକ୍ତହସ୍ତରେ ବାଣ୍ଟିଥିଲା। ତେବେ ତାହାର ଆୟର ଉତ୍ସ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ ପକ୍ଷରୁ ଖୋଲତାଡ କରାଯିବ ବୋଲି କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସଫୋର୍ସର ଏସପି ପିକେ ଭୋଇ ସୂଚନା ଦେଇଛନ୍ତି।
ଟିଟୋଠାରୁ ତାହାର ଆର୍ଥିକ ଆୟ ଓ ବ୍ୟୟ ସମ୍ପର୍କରେ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରାଯିବା ପରେ ସେ ଗୁଡିକର ସତ୍ୟତା ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ଶ୍ରୀ ଭୋଇ ଦୁଇ ତିନିଦିନ ମଧ୍ୟରେ କେନ୍ଦ୍ରାପଡାକୁ ଆସିବେ ବୋଲି ସୂଚନା ଦେଇଛନ୍ତି। ତେବେ ୨୦୧୧ ମସିହାରେ ତକôାଳୀନ ଏସ.ପି ନରସିଂହ ଭୋଳ ଟିଟୋର ବାସ ଗୃହରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଡାଏରିଟି ଜବତ କରିଥିଲେ ତାହା କାହା ପାଖରେ ଅଛି ତାକୁ ଖୋଜି ବାହାର କରିବାପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସଫୋର୍ସ ଉଦ୍ୟମ ଜାରି ରଖିବ ବୋଲି ମଧ୍ୟ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories