www.samajalive.in
Saturday, December 6, 2025
16.1 C
Bhubaneswar

ରାଜନୀତି ଘୋଡ଼ାବେପାରର ଆବିଷ୍କାରକ ହେଉଛି କଂଗ୍ରେସ: କୁମାରସ୍ବାମୀ

ବେଙ୍ଗାଲୁରୁ: ଭାରତୀୟ ରାଜନୀତିରେ କଂଗ୍ରେସ ଘୋଡ଼ାବେପାର ପ୍ରଥମେ ଆରମ୍ଭ କରିଛି ଓ ଏହାର ଆବିଷ୍କାରକ ହେଉଛି କଂଗ୍ରେସ।  ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଧାୟକ କିଣୁଥିବା  କଂଗ୍ରେସ ଏକ ଦେଶବ୍ୟାପୀ ସେଭ୍ ଡେମୋକ୍ରାସି ଆରମ୍ଭ କରିଛି।  ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସକୁ ସମର୍ଥନ କରୁଥିବା ସମସ୍ତ ବିଏସପି ବିଧାୟକଙ୍କୁ ଯେମିତି କଂଗ୍ରେସରେ ସାମିଲ କରାଯାଇଛି ଏହା କେଉଁ ଡ଼େମୋକ୍ରାସୀ (ଗଣତନ୍ତ୍ର)ରେ ରହିଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ଏକଦା ସହଯୋଗୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ।

- Advertisement -

କୁମାରସ୍ବାମୀ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଘୋଡ଼ା ବେପାରର ଅନ୍ୟନାମ ହେଉଛି କଂଗ୍ରେସ । ମାତ୍ର ସେହି ଦଳ ଏବେ ସେଭ୍ ଡ଼େମୋକ୍ରାସୀ ଅଭିଯାନରେ ବାହାରିଛି । ରାଜନୈତିକ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରିବା ଏବଂ ବିଧାୟକ କିଣିବାରେ କଂଗ୍ରେସ ଅଭିଜ୍ଞ ।  ଭାରତୀୟ ରାଜନୀତିରେ ଘୋଡା କାରବାର ଶବ୍ଦ କେବଳ କଂଗ୍ରେସ କାରଣରୁ ଆସିଛି। ଏବେ ସେମାନେ ରାଜସ୍ଥାନରେ ବିଏସପି ବିଧାୟକମାନଙ୍କୁ ପ୍ରଲୋଭିତ କରିଛନ୍ତି । ଏକଦା ଜେଡ଼ି(ଏସ୍)ର ବିଧାୟକମାନଙ୍କୁ ସେମାନେ ପ୍ରଲୋଭିତ କରିଥିଲେ ।  ସେମାନେ ଅତୀତରେ ଜେଡିଏସକୁ ମଧ୍ୟ ଭାଗ କରିସାରିଛନ୍ତି। ଗୋଟିଏ ରାଜ୍ୟସଭା ଆସନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ସରକାର ଆଠ ଜଣ ଜେଡି (ଏସ) ବିଧାୟକଙ୍କୁ ପ୍ରଲୋଭିତ କରିଥିଲେ । ତେଣୁ ଏହି ଦଳ ମୁହଁରେ ଡ଼େମୋକ୍ରାସୀ ଆଦୌ ଶୋଭାପାଏନାହିଁ ବୋଲି କୁମାରସ୍ବାମୀ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories