କ. ନୂଆଗାଁ : କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ କଞ୍ଜlମେଡି ପଞ୍ଚାୟତ ୩ ୱାର୍ଡ ସୁକlଙ୍ଗୀଇରପି ଗ୍ରାମ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ କଲଭର୍ଟ ନିର୍ମାଣ ଚାଲିଥିବା ବେଳେ ବଜ୍ର ଘାତରେ ଯୁବ ଶ୍ରମିକ ଗୁରୁମlହା ଗ୍ରାମର ମହସ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ l ଏହାପରେ ସ୍ଥାନୀୟ ସରପଞ୍ଚ ସାନିରl ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ କ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ସେଠାରେ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି l ଏ ସମ୍ପର୍କରେ ଯନ୍ତ୍ରୀ ଦୂର୍ଗା ପଣ୍ଡା କୁ ପଚାରି ବାରୁ ସେ କହିଛନ୍ତି I ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି ଲେତିଙ୍ଗୀଆ ଗ୍ରାମରେ ଏକ କାର୍ଯ୍ୟ ତଦାରଖ କରିବା ପାଇଁ ଯାଇଥିବା ଯୋଗୁଁ ଘଟଣା ସ୍ଥଳରେ ପହଞ୍ଚି ପାରି ନାହିଁ ବୋଲି ପ୍ରକାଶ କରିଥିଲେ l ଶ୍ରମିକ ଜଣଙ୍କ ଅତି ଗରିବ ଶ୍ରେଣୀର ହୋଇଥିବା ଯୋଗୁ ଜିଲ୍ଲା ପ୍ରଶାସନ ଚିକିତ୍ସାରେ ସହାୟତା କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l
Popular Categories



