ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସୌମ୍ୟ ରଞ୍ଜନ ପାତ୍ର ଦନ୍ତ ଡାକ୍ତରୀ ଛାତ୍ର ରୂପେ ଇଣ୍ଟର୍ନସିପ କରୁଛନ୍ତି। ମହାମାରୀ କରୋନା ଯୋଗୁଁ ଘରେ ରହି ସମୟକୁ ଅପଚୟ ନକରି ଅତି ସ୍ୱଳ୍ପ ଖର୍ଚରେ ତିଆରି କରିଛନ୍ତି ଛାତ ଉପରେ ରହିଥିବା ୱାଟର ଟ୍ୟାଙ୍କର ଇଣ୍ଡିକେଟର।ଟ୍ୟାକରେ ଭର୍ତ୍ତି ରହୁଥିବା ପାଣିର ସ୍ତର ଅନୁସାରେ ତଳ ଘରେ ଥାଇ ଲାଇଟ୍ ଇଣ୍ଡିକେଟର ମାଧ୍ୟମରେ ଟ୍ୟାଙ୍କରେ କେତେ ପାଣି ଅଛି କିମ୍ବା ନାହିଁ ସହଜରେ ଜାଣି ହେବ ଏବଂ ଓଭରଫ୍ଲୂ ହୋଇ ପାଣି ର ନଷ୍ଟ ଅପଚୟକୁ ଆଲାର୍ମ ସହିତ ରୋକାଯାଇ ପାରିବ।ଏହା ଦ୍ୱାରା ଜଳ ଓ ବିଦ୍ୟୁତର ଅଯଥା ଖର୍ଚକୁ ରୋକାଯାଇ ପାରିବ। ନିକଟ ଭବିଷ୍ୟତରେ ଜଣେ ଦନ୍ତ ଡାକ୍ତର ହେବାକୁ ଥିବା ବେଳେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନୂଆ କିଛି କରିବାକୁ ସର୍ବଦା ଆଗ୍ରହୀ। ସ୍କୁଲ ପଢା ସମୟରୁ ମଧ୍ୟ ବିଜ୍ଞାନ ପ୍ରଦର୍ଶନୀରେ ନୂଆ ନୂଆ ପ୍ରକଳ୍ପ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଥିବା ଜଣାପଡିଛି |
Popular Categories



