www.samajalive.in
Thursday, December 11, 2025
14.1 C
Bhubaneswar

ସାବାଡ଼ ହେବେ ହାଇଟେକ ଅପରାଧୀ, ପୂର୍ବତଟ ରେଳପଥରେ ଖୋଲିଲା ସାଇବର ସେଲ

ଭୁବନେଶ୍ୱର: ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀର ପ୍ରୟୋଗ ନିମନ୍ତେ ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳରେ ଏକ ସାଇବର ସେଲ ଖୋଲାଯାଇଛି। ଏହି ସେଲକୁ ଆଜି ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧା ରୋଡ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦଘାଟନ କରିଥିଲେl ଏଥିପାଇଁ ଉଚ୍ଚ ଗୁଣବତ୍ତାର ହାର୍ଡୱେର ଓ ସଫ୍ଟୱେର କ୍ରୟ କରାଯାଇ ସ୍ଥାପିତ କରାଯାଇଛିl ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତl ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇଟେକ ପଦ୍ଧତି ଓ ଆଇଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ବିଦ୍ୟାଭୂଷଣ ସୂଚନା ଦେଇଛନ୍ତିl ବୃଦ୍ଧି ପାଉଥିବା ଅନଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେl

ଅନଧିକୃତ ସଫ୍ଟୱେର / ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ କରି ଅଗ୍ରିମ ସଂରକ୍ଷଣ ବର୍ଥ କାରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବl ଏହି ଲୋକମାନେ ବେଶ ଜରୁରୀ ଥିବା ଯାତ୍ରୀମାନଙ୍କୁ ଅତ୍ୟଧିକ ଉଚ୍ଚ ଦରରେ ଟିକଟ ବିକ୍ରୟ କରିଥାନ୍ତିl ଏହି ସେଲ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀମାନଙ୍କୁ ଧରିବାରେ ସହାୟକ ହେବl ଏହାଛଡା ମହିଳା ଓ ଶିଶୁଙ୍କମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଳ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କାରବାର ଇତ୍ୟାଦି ଭଳି ଅପରାଧର ଡାଟା ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାକୁ ମଧ୍ୟ ଦିଆଯିବl ଏହି ପଦକ୍ଷେପ ନିଶ୍ଚିତ ରୂପେ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବl

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories