www.samajalive.in
Friday, December 12, 2025
16.1 C
Bhubaneswar

ଭୁବନ ବ୍ଲକରେ ଛାତ୍ରୀ ଆଗରେ

ଭୁବନ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଋତୁପର୍ଣ୍ଣା ଦାସ ୫୪୦ ନମ୍ବର ରଖି ଭୁବନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଭବିଷ୍ୟତରେ ଡାକ୍ତର ହୋଇ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ତାଙ୍କ ସଫଳତାର ଶ୍ରେୟ ସେ ତାଙ୍କ ବାପା ରୁଦ୍ର ପ୍ରସାଦ ଦାସ, ମା’ ସୁଷମା ଦାସ, ମାମୁଁ ସୁଧାଂଶୁ ରଂଜନ ଦାସ, ମାଇଁ ବିଳାସିନୀ ଦାସ, ଅଜା ବିଜୟ କୁମାର ଦାସ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ପ୍ରେରଣା, ଭଗବାନଙ୍କ ଆଶୀର୍ବାଦ ଓ ଦୈନିକ ୧୨ ଘଂଟା ପରିଶ୍ରମ ଯୋଗୁ ସେ ଆଜି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଋତୁପର୍ଣ୍ଣାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତର ଯୋରଗାଡିଆସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମନସ୍ମିତା ମହାକୁଡ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୦ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଅଭିନ୍ଦନ ଜଣାଇବା ସହିତ ଉତରୋତର ଉନ୍ନତି କାମନା କରିଛନ୍ତି। ଦୈନିକ ୧୪ ଘଂଟା ପରିଶ୍ରମ କରି ସଫଳତା ପାଇଥିବା ମନସ୍ମିତା ଭବିଷ୍ୟତର ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ବାପା ମଥୁରି ମହାକୁଡ, ମା ତୃପ୍ତିମୟୀ ମହାକୁଡ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ହିଁ ତାଙ୍କୁ ଆଗକୁ ଯିବାରେ ସାହାଯ୍ୟ କରିଥିଲା ତା ସହିତ ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେ ସଫଳତା ପାଇଛନ୍ତି ବୋଲି କହିଛନ୍ତି।

- Advertisement -

ଭୁବନ ବ୍ଲକ ଜିରାଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଦିପ୍ତା ପ୍ରିୟଦର୍ଶନୀ ଖୁଂଟିଆ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୦ ନମ୍ବର ରଖି ସମଗ୍ର ଜିରାଳ ଗ୍ରାମ ପାଇଁ ସଫଳତା ଅର୍ଜନ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ବିଶ୍ୱାଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଦିପ୍ତାଙ୍କ ପାଇଁ ଅତ୍ୟନ୍ତ ଉତଫୁଲ୍ଲିତ ହୋଇପଡିଛନ୍ତି। ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ଶୁଭକାମନା ଜଣାଇଛନ୍ତି। ସୁଶ୍ରୀ ସୁଦିପ୍ତା ତାଙ୍କ ସଫଳତାର ସମସ୍ତ ଶ୍ରେୟ ତାଙ୍କ ବାପା ବାବାଜି ଖୁଂଟିଆ, ମା ସୁମିତ୍ରା ନାୟକ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଦୈନିକ ୧୨ ଘଂଟା ପରିଶ୍ରମ ସାଙ୍ଗକୁ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏହି ସଫଳତା ପାଇଥିବା କହିଛନ୍ତି ସୁଦିପ୍ତା ଏବଂ ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ବିଶେଷ କରି ଗରିବ ଲୋକଙ୍କୁ ସେବା ଓ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories