www.samajalive.in
Monday, December 8, 2025
27.1 C
Bhubaneswar

ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ପ୍ରତିବାଦରେ ଏଆଇୟୁଟିୟୁସି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ

କଣିହାଁ: ରାଷ୍ଟ୍ରାୟତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରରେ ଘରୋଇ କରଣ ବିରୁଦ୍ଧରେ ଏଆଇୟୁଟିୟୁସି ଆହ୍ୱାନକ୍ରମେ ପ୍ରତିବାଦ ସପ୍ତାହ ଉପଲେକ୍ଷ କଣିହାଁ କମିଟି ପକ୍ଷରୁ ଏନଟିପିସି ବାଇପାସ ଛକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ବୁଧବାର ସମସ୍ତ କର୍ମୀମାନେ ଏକ ଏନଟିପିସି ବାଇପାସ ଛକଠାରେ ପହଁଚି କେନ୍ଦ୍ର ସରକାର ବିରୋଧୀ ନାରାବାଜି କରିବାସହ ସରକାରଙ୍କ ଶ୍ରମିକ ମାରଣନିତୀର ଦୃଢ ନିନ୍ଦା କରିଥିଲେ।

ଶ୍ରମଜିବୀ, ଜନସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣଙ୍କ ବୃହତର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ଆଦେଶ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରତିବାଦ ସମସୟରେ କମିଟି ପକ୍ଷରୁ କେନ୍ଦ୍ରର ବିଜେପି ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନିତୀର ସମାଲୋଚନା କରାଯାଇଥିଲା।

- Advertisement -

କାର୍ୟ୍ୟକ୍ରମରେ ଏଆଇୟୁଟିୟୁସିର ରାଜ୍ୟ ଉପସଭାପତି ଭିକାରୀ ପ୍ରଧାନ, ପ୍ରତାପ ଚନ୍ଦ୍ର ସାହୁ, ରାଜ୍ୟ ସାଂଦକ ଜୟସେନ ମେହେର, ରାଜ୍ୟ ସଂପାଦକ ମଣ୍ଡଳୀ ସଭୟ ରାଜେଶ ପାଣୀ, ଦୁଃଖିଶ୍ୟାମ ମଲ୍ଲିକ, ଅନୁଗୋଳ ଜିଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କମିଟି ସଂପାଦକ ଟୁନା ନାଏକ, ସଂଙ୍ଗଠକ ସଦାଶିବ ସିଂହ, ଅଭୟ କୁମାର ନାଏକ, ହେମନ୍ତ କ୍ଷେତ୍ରୀ, ନିଳାମ୍ବର ତିରିଆ, ବୁଦ୍ଧଦେବ ମହାନ୍ତି ପ୍ରମୁଖ ସାମିଲ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories