www.samajalive.in
Monday, December 15, 2025
27.1 C
Bhubaneswar

ମୁଖ୍ୟଶାସନ ସଚିବଙ୍କ ଭିଡ଼ିଓ କନ୍‌ଫରେନ୍‌ସିଂ, ଦିନକୁ ୧୦୦୦ କରୋନା ପରୀକ୍ଷା ପାଇଁ ପରାମର୍ଶ

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ଜିଲ୍ଲାମାନଙ୍କରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ପର୍ଯ୍ୟବେକ୍ଷଣ, କୋଭିଡ୍‌ ପରୀକ୍ଷଣ ବୃଦ୍ଧି, କୋଭିଡ୍‌ କେୟାର ସେଣ୍ଟରର ସ୍ଥିତି, ଔଷଧ ଓ ଟେଷ୍ଟିଂ କିଟ୍‌ ସଂପର୍କରେ ସମୀକ୍ଷା ହୋଇଥିଲା। ପ୍ରତି ଜିଲ୍ଲାରେ ଅନ୍ତତଃ ପ୍ରତ୍ୟେକ ଦିନ ୫୦୦ ନମୁନା ପରୀକ୍ଷା, ହଟ୍‌ସ୍ପଟ୍‌ ଜିଲ୍ଲାରେ ଦିନକୁ ସର୍ବନିମ୍ନ ୧୦୦୦ ପରୀକ୍ଷା, ଆଣ୍ଟିଜେନ୍‌ କିଟ୍‌ର ବ୍ୟବହାର ଏବଂ ପ୍ରତିଦିନର ନମୁନା ପରୀକ୍ଷା ଫଳାଫଳକୁ ଆଇସିଏମ୍‌ଆର୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ପ୍ଲାଜ୍‌ମା ସଂଗ୍ରହ ଅଭିଯାନକୁ ଉତ୍ସାହିତ କରିବା ସହ, ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କ ରହିବା ଓ ଖାଇବାପିଇବାର ବ୍ୟବସ୍ଥା, ଅନ୍ୟାନ୍ୟ ଆବଶ୍ୟକ ସୁବିଧା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଆଦିତ୍ୟ-ଅଶ୍ୱିନୀ ହସ୍‌ପିଟାଲ୍‌ରେ ୧୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୩୦ଟି ଆଇସିୟୁ ଶଯ୍ୟା ଓ ୨୧ଟି ଏଚ୍‌ଡିୟୁ ଶଯ୍ୟା ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଏବଂ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories