www.samajalive.in
Tuesday, December 9, 2025
15.1 C
Bhubaneswar

ସୁନ୍ଦରଗଡ଼ର ସୁନା ଝିଅ ଅର୍ଚନା ସୋରେଙ୍ଗ ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ

ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ ଆଣିଛନ୍ତି ରାଜ୍ୟ ପାଇଁ ଗୌରବ । ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଅନ୍ୟ ୭ ଜଣଙ୍କ ସହ ସ୍ଥାନ ପାଇଛନ୍ତି ଅର୍ଚନା । ଏ ସମ୍ପର୍କରେ ଜାତିସଂଘ ମହାସଚିବ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

- Advertisement -

ପାଣିପାଗ ସମ୍ପର୍କରେ କାର୍ଯ୍ୟ କରୁଥିବା ଅର୍ଚନା ରାଉରକେଲାର ଅଧିବାସୀ । ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ ପରେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସ (ଟିସ୍)ରେ  ଶିକ୍ଷାଲାଭ କରିଥିଲେ ।

ସେ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ଥିଲେ ଓ ଅଲ ଇଣ୍ଡିଆ କାଥଲିକ୍ ୟୁନିଭରସିଟି ଫେଡ଼େରେସନ (ଏଆଇସିୟୁଏଫ୍)ର ପଦାଧିକାରୀ ଥିଲେ । ମୁମ୍ବାଇସ୍ଥିତ ଟିସ୍ ଛାତ୍ରସଂସଦର ସଭାନେତ୍ରୀ ଭାବରେ ନିର୍ବାଚିତ ଅର୍ଚନା ଟିସ୍ ଅଧୀନରେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି ।

ଅର୍ଚନାଙ୍କ ସହ ସୁଦାନର ନିସରିନ୍ ଏଲସାଇମ୍, ଫିଜିର ଏର୍ଣଷ୍ଟ ଗିବ୍ସନ, ମାଲଡ଼ୋଭାର ଭ୍ଲାଡ଼ିସ୍ଲାଭ କାଇମ୍, ଆମେରିକାର ସୋଫିଆ କିଆନି, ଫ୍ରାନ୍ସର ନାଥାନ ମେଟେନିଆର, ବ୍ରାଜିଲର ପାଲୋମା କୋଷ୍ଟା ପ୍ରମୁଖ ଏହି କମିଟିକୁ ମନୋନୀତ ହୋଇଛନ୍ତି। ଜାତିସଂଘ ପାଣିପାଗ ପରିଷଦର ଯୁବ ପରାମର୍ଶଦାତା ଭାବରେ ନିଯୁକ୍ତ ଅର୍ଚନା ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ନିଜ ଟ୍ବିଟରରେ ସେ ଏ ନେଇ ନିଜ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ଚନାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories