www.samajalive.in
Sunday, December 14, 2025
16.1 C
Bhubaneswar

ଗେହଲଟଙ୍କୁ ଉଚିତ୍ ଶିକ୍ଷା ଦେବାକୁ ମାୟାବତୀଙ୍କ ଚେତାବନୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ। କଂଗ୍ରେସ ଚଞ୍ଚକତା କରି ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଦେଇଥିବା ଅଭିଯୋଗ କରି ମାୟାବତୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

ରାଜସ୍ଥାନ ସଙ୍କଟ ଉପରେ ମାୟାବତୀ କହିଛନ୍ତି, ବିଏସପି ପ୍ରଥମେ ଅଦାଲତକୁ ଯାଇପାରିଥାନ୍ତା। କିନ୍ତୁ ଆମେ କଂଗ୍ରେସ ଏବଂ ଗେହଲଟଙ୍କୁ ଉଚିତ ଶିକ୍ଷା ଦେବା ଲାଗି ଉପଯୁକ୍ତ ସମୟ ଖୋଜୁଥିଲୁ। ଏବେ ଆମେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ସୁପ୍ରିମକୋର୍ଟ ଯିବୁ। ସେ କହିଛନ୍ତି, ରାଜସ୍ଥାନରେ ବିଧାନସଭା ନିର୍ବାଚନ ପରେ ବିଏସପିର ୬ ବିଧାୟକ ବିନା ସର୍ତ୍ତରେ କଂଗ୍ରେସକୁ ସମର୍ଥନ କରିଥିଲେ। ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଗେହଲଟ ମନ୍ଦ ଉଦ୍ଦେଶ୍ୟ ରଖି ବିଏସପିକୁ କ୍ଷତି ପହଞ୍ଚାଇବା ଲାଗି ବିଧାୟକମାନଙ୍କୁ କଂଗ୍ରେସରେ ସାମିଲ କରିଦେଇଛନ୍ତି, ଯାଆ ଅସାମ୍ବିଧାନିକ। ଗତ କାର୍ଯ୍ୟକାଳ ସମୟରେ ବି ସେ ଏପରି କରିଥିଲେ ବୋଲି ମାୟାବତୀ କହିଛନ୍ତି।

- Advertisement -

ଅନ୍ୟପଟେ କଂଗ୍ରେସରେ ବିଏସପି ବିଧାୟକଙ୍କ ମିଶ୍ରଣ ବିରୋଧରେ ବିଜେପି ବିଧାୟକ ମଦନ ଦିଲାୱର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଦିଲାୱର ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରି ଦଳବଦଳ ଆଇନ ଉଲ୍ଲଂଘନ ପାଇଁ ସମ୍ପୃକ୍ତ ୬ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସି.ପି. ଯୋଶୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦିଲାୱର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ପିଟିଶନକୁ ଖାରଜ କରିଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories