www.samajalive.in
Wednesday, December 10, 2025
26.1 C
Bhubaneswar

ବର୍ଷା ଲାଗି ବର ସାଜି ଗଧରେ ଗାଁ ବୁଲିଲେ ବିଜେପି ନେତା

ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌର ଅଞ୍ଚଳର ରାଉ ଗାଁରେ  କମ ବର୍ଷା କାରଣରୁ ଚିନ୍ତିତ ଲୋକେ କିଛି ଭିନ୍ନ ଧରଣର ଉପାୟ ବାଛିଛନ୍ତି।ନଗର ପରିଷଦର ଅଧ୍ୟକ୍ଷଙ୍କୁ ଗଧରେ ବସାଇ ବରଯାତ୍ରୀ ଭଳି ନେଇଛନ୍ତି। ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଉତ୍ତମ ବର୍ଷା ପାଇଁ ଏବେ ଅନ୍ୟ ଉପାୟ ଅବଲମ୍ବନ କରିବାର ଆଉ ପରମ୍ପରା ନାହିଁ। ମାତ୍ର ମଧ୍ୟପ୍ରଦେଶର ଇନ୍ଦୌର ସହର ନିକଟବର୍ତୀ ରାଊ  ଅଂଚଳରେ ଉତମ ବର୍ଷା ପାଇଁ ଲୋକେ ଆଜି ମଧ୍ୟ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ଜଣେ ବିଜେପି ନେତା ଶିବ ଡ଼ିଙ୍ଗୁଙ୍କ ସମେତ ଅନ୍ୟ ବହୁ ଲୋକେ ଗଧରେ ବରଯାତ୍ରୀ ଭଳି ଯାଇଥିଲେ।ବର ଭଳି ସଜ ହୋଇ ଗଧ ଉପରେ ଓଲଟା ବସିବାର ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାଜାରେ ବାହରିଥିବା ଏହି ବରଯାତ୍ରୀ ଦଳ ମୁଖ୍ୟ ରାସ୍ତାରୁ ରାଊର ଶ୍ମଶାନ ଘାଟ ଯାଏଁ ପହଂଚିଥିଲେ।ସେଠାରେ ରାଶି ଓ ଲୁଣ ଧରି ଓଲଟା ପରିକ୍ରମା କରି ଉତ୍ତମ ବର୍ଷାର କାମନା କରିଥିଲେ। ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଆୟୋଜନରେ ସାମିଲ ହୋଇଥିବା ଲୋକମାନଙ୍କ ମତାନୁଯାୟୀ, ଏହି ଉପାୟ ପୂର୍ବରୁ ମଧ୍ୟ ସଫଳ ହୋଇଛି ଓ ଭଲ ବର୍ଷା ମଧ୍ୟ ହୋଇଛି। ନେତା ଶିବ ଡ଼ିଙ୍ଗୁଙ୍କ କହିବା ଅନୁଯାୟୀ, ଏହା ଏକ ପ୍ରାଚୀନ ପରମ୍ପରା। ବର୍ଷା ନହେଲେ ପୂର୍ବରୁ ଏହି ଉପାୟ କରାଯାଉଥିଲା। ଗଧରେ ଗାଁର ସରପଂଚ କିମ୍ବା ଅନ୍ୟ କୌଣସି ମୁଖିଆଙ୍କୁ ବସାଯାଉଥିଲା। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମ ପରିମାଣରେ ବର୍ଷା ହୋଇଥିବା କୃଷକ ଓ ଗ୍ରାମବାସୀ ଖୁବ ଚିନ୍ତିତ। ଫସଲ ଶୁଖିବାକୁ ଆରମ୍ଭ କରୁଛି। ପୂର୍ବ ବର୍ଷ ଏହି ସମୟରେ ପ୍ରାୟ ୧୫.୮ ଇଂଚ ବର୍ଷା ହୋଇଥିଲା। ମାତ୍ର ଚଳିତ ବର୍ଷ ୧୧.୬ ଇଂଚ ବର୍ଷା ହୋଇଛି। ଯାହା ଫଳରେ ଲୋକେ ଏହି ଉପାୟର ସାହାରା ନେଇ ଉତମ ବର୍ଷାର କାମନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories