www.samajalive.in
Saturday, December 6, 2025
26.1 C
Bhubaneswar

ଜରୁରିକାଳୀନ ୱାର୍ଡ ବାହାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ବର୍ଷାରେ ଭିଜିଲା ମୃତଦେହ

ସାହାରନପୁର : ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟୁ ପରେ ଦୀର୍ଘ ସମୟ ଧରି ମୃତଦେହ ଚଟାଣରେ ପଡିରହିବା ସହ ବର୍ଷାରେ ଭିଜିବା ଖବର ସାମ୍ନାକୁ ଆସିଛି।  ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିବା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଡାକ୍ତରଖାନାରେ ସ୍ୱାମୀଙ୍କ ମୃତଦେହ ପଡି ରହିଥିଲା ।  ହେଲେ ଉଠାଇବାକୁ କେହି ଆସି ନ ଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସାଜିଦା ନାମକ ଜଣେ ମହିଳା ସୋମବାର ସକାଳେ ତାଙ୍କ ସ୍ୱାମୀ ସୁଖରାମକୁ ଜିଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡ ବାହାରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହାୟତା ଲୋଡିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ।

ଦୀର୍ଘ ସମୟ ଧରି ସୁଖରାମ ଜରୁରିକାଳୀନ ୱାର୍ଡରେ ଚଟାଣ ଉପରେ ପଡିରହି ଶେଷରେ ମୃତ୍ୟୁ ବରଣ କରିଥିଲେ। ସାଜିଦା ଏବଂ ସୁଖରାମଙ୍କ ଦୁଃଖର ଏଠାରେ ଶେଷ ହୋଇ ନ ଥିଲା। ମୃତ୍ୟୁ ପରେ ସୁଖରାମଙ୍କ ମୃତଦେହ  ଚଟାଣରେ ପଡ଼ି ରହିବାସହ ବର୍ଷାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଓଦା ହୋଇଥିଲା। ହେଲ କେହି ସହାୟତାର ହତ ବଢାଇ ନ ଥିଲେ। ଦୀର୍ଘ ସମୟ ପରେ ସାଜିଦାଙ୍କ କାନ୍ଦ ଶୁଣିବା ପରେ କିଛି ଲୋକ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ସେଠାରୁ ଆଣି ନିକଟସ୍ଥ ବର୍ଷା ଆଶ୍ରୟ ସ୍ଥଳରେ ରଖିଥିଲେ । ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ସୁନୀତ ଭାରସନି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

- Advertisement -

 

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories