www.samajalive.in
Saturday, December 6, 2025
14.1 C
Bhubaneswar

ରାସନ ଦୁର୍ନୀତିର ତଦନ୍ତ କରିବାକୁ ଯାଇ ଅଟକ ରହିଲେ ଯୋଗାଣ ଅଧିକାରୀ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ଗାଁରେ ରାସନ ଯୋଗାଣରେ ହେରଫେର ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ଖାଦ୍ୟ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ପିଇଓ ମାନ ଗୋବିନ୍ଦ ସାମଲଙ୍କୁ ଦୁଇଘଣ୍ଟାରୁ ଅଧିକ ସମୟ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାଯାଇଛି। ସେହି ଗାଁର ମଞ୍ଜୁଲତା ରାଉତ, ଲାତା ରାଉତ, ଝରଣା ପାରିଡା, ବିନି ଜେନା, ସ୍ୱର୍ଣ୍ଣଲତା ବିଶ୍ୱାଳ, ଚମ୍ପା ଜେନା ସେଠି ରାସନ ଦୁର୍ନୀତିର ଶିକାର ହୋଇ ରାସନ ସାମଗ୍ରୀ ପାଉନଥିବା ସାମାଜସେବୀ ସର୍ବେସ୍ୱର ବେହେରା ଉଚ୍ଚ ନ୍ୟାୟାଳୟରେ କରିଥିବା ଜନ ସ୍ୱାର୍ଥ ମାମାଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଯୋଗାଣ ଅଧିକାରୀ ଆଜି ସକାଳେ ରମ୍ପେଇରେ ପହଞ୍ଚିଥିଲେ। ତଦନ୍ତ ସମୟରେ ନିଜେ ଯୋଗାଣ ଅଧିକାରୀ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ। ଅଭିଯୋଗ ଏହା ଯେ ଚାରି ବର୍ଷ ତଳେ ରାସନ ସାମଗ୍ରୀ ପାଉଥିବା ଲୋକେ ଚାରିବର୍ଷ ପରେ ରାସନରୁ ବଞ୍ଚିତ ହେଲେ କିପରି? ବାରମ୍ବାର ଅବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଉତ୍ତରରେ ଅଧିକାରୀ ଦାସ ଅନଲାଇନ ଡାଟା ବେସିସରେ ତାଙ୍କର ଛଅ ବଖରା ଘର ରହିଥିବାରୁ ତାଙ୍କୁ ବାଦ ଦିଆଯାଇଛି ବୋଲି କହିଥିଲେ। ଛଅ ବଖରା ଘର ଦେଖାନ୍ତୁ ବୋଲି କହି ସ୍ଥାନୀୟ ଲୋକମାନେ ଆପଣ ଏଠାରେ ରୁହନ୍ତୁ ବିଡିଓ ଆସି ଏହାର ବିଚାର କରନ୍ତୁ ତାପରେ ଆପଣ ଯିବେ ବୋଲି କହି ଅଟକାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ଯୋଗାଣ ଅଧିକାରୀଙ୍କୁ ଦୁର୍ବବ୍ୟହାର କରାଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖାଯାଇଥିଲା ଏବଂ ଯୋଗାଣ ଅଧିକାରୀ ସେଠାରେ ଫସି ରହିଥିଲେ।

- Advertisement -

ଉପ ଜିଲାପଳଙ୍କ ହସ୍ତକ୍ଷେପ ଫଳରେ ସ୍ଥାନୀୟ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକାମାନଙ୍କୁ ବୁଝାସୁଝା କରିଥିଲେ। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ କରିବାକୁ ଆସିଥିବା ଜଣେ ଅଧିକାରୀଙ୍କୁ ଅଟକାଇବା ଅଇନତଃ ଅପରାଧ ବୋଲି କହି ସେଠାରୁ ଉଦ୍ଧାର କରିଥଲେ। ଆପଣମାନଙ୍କର ଅଭିଯୋଗ ସମ୍ବନ୍ଧରେ ଜିଲାପାଳଙ୍କୁ ଜଣାଇବାର ପ୍ରତିଶୃତି ପରେ ଲୋକମାନେ ତାଙ୍କୁ ସେଠାରୁ ବାସ୍ତବରେ ସେଠାରେ କିଛି ଲୋକ ରାସନ ପାଇବାକୁ ଯୋଗ୍ୟ ଥିବା ବେଳେ ସେମାନଙ୍କୁ ରାଜନୈତିକ ଅଭିସନ୍ଧି ରଖି କଟାଯାଇଥିବା ମିଡିଆ ସମ୍ମୁଖରେ ଅଭିଯୋଗ କରୁଥିବା ବେଳେ ଯୋଗାଣ ଅଧିକାରୀ ତଦନ୍ତ କରିଥିବା ଦୁଇଜଣଙ୍କର ଛଅ ବଖରା ନଥିବା ଏବଂ ସେମାନେ ରାସନ ପାଇବାକୁ ଯୋଗ୍ୟ ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories