www.samajalive.in
Saturday, December 6, 2025
14.1 C
Bhubaneswar

ମା’ପୁଅଙ୍କୁ ପଛପଟୁ ଧକ୍କାଦେଲା ହାଇୱା, ଛିଞ୍ଚାଡ଼ି ହୋଇ ପଡ଼ିଲେ ମା’, ଘଟଣାସ୍ଥଳରେ ପୁଅର ଜୀବନ ଗଲା

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଭାରିଯାନ ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟାଉନଥାନା ତାଲପଟିଆ ଫାଣ୍ଡି ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମର ଜଣେ ମହିଳା ନିଜ ୮ବର୍ଷର ପୁଅ ସହିତ ସାନ୍ଧ୍ୟ ଭ୍ରମଣରେ ଯାଉଥିବାଥିବା ବେଳେ ଏକ ଭାରିଯାନ ପଛପଟୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ଛିଞ୍ଚାଡ଼ି ହୋଇ ପଡ଼ିଥିବା ବେଳେ ପୁଅ ଓମ କିସାନ(୮)ଦେହରେ ହାଇୱା ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷରେ ପୂର୍ବାହ୍ନରେ ବିଟିଏମ ଫାଣ୍ଡି ଅନ୍ତର୍ଗତ ବକ୍ସି ଛକ ନିକଟରେ ଏକ ଟ୍ରଲର ଧକ୍କାରେ ବାଇକ ଆରୋହୀ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ସୁନ୍ଦରଗଡ଼ ନିବାସୀ ବସନ୍ତ କୁଲୁ(୨୫)। ସୂଚନାନୁସାରେ ବସନ୍ତ ଓ ତାଙ୍କ ବଡ଼ଭାଇ ସୁଶାନ୍ତ(୨୬) ନିଜ ବଡ଼ଭଉଣୀଙ୍କ ଘର ଏଚ୍‌.କଟାପାଲିକୁ ଆସିଥିଲେ। ସେଠାରେ କାମ ସାରି ଘରକୁ ଫେରିବା ବେଳେ ବକ୍ସି ଛକ ନିକଟରେ ଏକ ଟ୍ରଲର ଧକ୍କା ଦେଇଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇ ବିଟିଏମ ଫାଣ୍ଡି ପୁଲିସ ତୁରନ୍ତ ଦୁଇ ଭାଇଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରମାନେ ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବଡ଼ଭାଇ ସୁଶାନ୍ତଙ୍କ ଚିକିତ୍ସା ଜାରି ରହିିଛି। ଦୁର୍ଘଟଣା ପରେ ଟ୍ରଲର ଚାଳକ ଫେରାର ହୋଇଯାଇଛି। ପୁଲିସ ଟ୍ରଲରକୁ ଜବତ କରି ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories