www.samajalive.in
Saturday, December 6, 2025
16.1 C
Bhubaneswar

ପେଶା ଦରଜୀ: ନିଶା ଖବରକାଗଜ ପଢିବା , ସାଇକଲରେ ଖବରକାଗଜ ଆଣିବାକୁ ଯାଉଛନ୍ତି ୧୮ କିଲୋମିଟର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଗୋଲେଖ ବିହାରୀ ପୁହାଣ (୫୦) ଜଣେ ନିଆରା ପାଠକ। ଦେଶ ବିଦେଶର ଖବର ଜାଣିବା ସକାଶେ ଦୈନିକ ୫/୭ ଟି ଖବରକାଗଜ ଘରକୁ ମଗାଇ ପଢିଥାନ୍ତି । କରୋନାଜନିତ ଲକଡାଉନ/ସଟଡାଉନ ଯୋଗୁ ବର୍ତମାନ ହକର ମାନେ ଭୁବନରୁ ସୁରପ୍ରତାପପୁର ଗ୍ରାମକୁ ଯାଉନଥିବାରୁ ଗୋଲେଖ ବାଧ୍ୟହୋଇ ପ୍ରତିଦିନ ସକାଳ ୬ ଟା ସୁଦ୍ଧା ଘରୁ ବାହାରି ୧୮ କିମି ଦୂରରୁ ସାଇକେଲରେ ଭୁବନ ଆସି ଖବରକାଗଜ କିଣି ନେଇ ଘରେ ବସି ପଢୁଛନ୍ତି।

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଯୋରନ୍ଦା ଗ୍ରାମର ମୂଳ ବାସିନ୍ଦା ତାଙ୍କର ଏକମାତ୍ର ଝିଅକୁ ୪ ବର୍ଷ ପୂର୍ବେ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ବିବାହ ଦେଲାପରଠାରୁ ସ୍ୱାମୀ, ସ୍ତ୍ରୀ ଦୁହେଁ ଝିଅ ପାଖରେ ରହୁଛନ୍ତି । ଗୋଲେଖ ପେସାରେ ଜଣେ ଟେଲର (ଦରଜୀ) ହୋଇଥିବାରୁ ସୁରପ୍ରତାପପୁର ଗ୍ରାମରେ ଏକ ଟେଲର ଦୋକାନ ମଧ୍ୟ କରିଛନ୍ତି । ଆଜିର ଟିଭି, ମୋବାଇଲ, ସୋସିଆଲ ମିଡିଆ ଯୁଗରେ ଖବରକାଗଜର ମୂଲ୍ୟ ରହିଛି। ଟିଭିରେ ନ୍ୟୁଜ ଦେଖିହେଉଛି,ମୋବାଇଲରେ ଇପେପ ରେ ସମ୍ବାଦ ଦେଖିହେଉଛି , କିନ୍ତୁ ହାତରେ ପେପର ଖଣ୍ଡେ ନ ଧରିଲେ ଦିନଟା ଭଲରେ କଟେନି। ଦୈନିକ ୫/୭ ଟି ପେପର ତାଙ୍କର ଏକ ନିଶା । ଆଜକୁ ୩୦ ବର୍ଷ ହେଲା ତାଙ୍କୁ ଏହି ନିଶା ଧରିଛି ବୋଲି କୁହନ୍ତି ଗୋଲେଖ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories