www.samajalive.in
Saturday, December 6, 2025
26.1 C
Bhubaneswar

ମିଳୁନି ସରକାରୀ ସହାୟତା, ଖୋଲା ଆକାଶଣ ତଳେ ବିତୁଛି ଜୀବନ

ଟିଟିଲାଗଡ଼: ବୟସର ଅପରାହ୍ଣରେ ଜୀବନ। ପ୍ରାକୃତିକ ଦୁର୍ବିପାକ ତଥା ପ୍ରବଳ ବର୍ଷାରେ ଭାଙ୍ଗିରୁଜି ଯାଇଛି ଘରଦ୍ବାର। ଖୋଲା ଆକାଶ ତଳେ ବିତୁଛି ଜୀବନ। ସରକାରୀ ସହାୟତା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି। କିନ୍ତୁ ମିଳୁନି ସରକାରୀ ସହାୟତା। ସତେ ଯେମିତି ସରକାରୀ ସହାୟତା ସାତସପନ ପାଲଟିଛି ଜଣେ ବୃଦ୍ଧାଙ୍କ ପାଇଁ। ସହାୟତା ପାଇବା ପାଇଁ ସେ ବାରମ୍ବାର ବିଡିଓ, ତହସିଲ କାର୍ୟ୍ୟାଳୟକୁ ଧାଇଁ ଚାଲିଛନ୍ତି। ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି, କିନ୍ତୁ ନିରାଶ ନ ହୋଇ ସରକାରୀ ସହାୟତା ପାଇବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି।
ଗତ ଦୁଇବର୍ଷ ତଳେ ତାଙ୍କର ଘର ପ୍ରବଳ ବର୍ଷାରେ ଭାଙ୍ଗିରୁଜି ଯାଇଥିବାବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ବାବଦରେ ପଲିଥିନଟିଏ ମଧ୍ୟ ମିଳିନାହିଁ। ସରକାରଙ୍କ ଯୋଜନା ଏଠି ବାଟବଣା ହୋଇଛି ଏବଂ ପ୍ରକୃତି ହିତାଧିକାରୀଙ୍କୁ ସହାୟତା ମିଳିପାରୁ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ବୀରବର ସାହୁ ଅଭିଯୋଗ କରିଛନ୍ତି।
ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ ଗାଁର ବୃଦ୍ଧ ତିଲେଶ୍ୱର ନାୟକଙ୍କ ଘର ପ୍ରାୟ ଦୁଇ ବର୍ଷ ତଳେ ବର୍ଷାରେ ଭାଙ୍ଗିିଯାଇଥିଲା। ଏନେଇ ଅସହାୟ ତିଲେଶ୍ୱର ପରିବାର ସହ ଗାଁ ପ୍ରହରି ମଣ୍ଡପ ତଥା ପର ଘରେ ଆଶ୍ରୟ ନେଉଛନ୍ତି। ସରକାରୀ ସହାୟତା ପାଇଁ ତିଳେଶ୍ବର ଦୁଇବର୍ଷ ହେଲା ଅନାଇ ବସିଛନ୍ତି, କିନ୍ତୁ ଦିନେ ନା ଦିନେ ତାଙ୍କୁ ନିଶ୍ଚୟ ସରକାରୀ ସହାୟତା ମିଳିବ ବୋଲି ଆଶା ରଖିଛନ୍ତି।
ଟିଟିଲାଗଡ଼ ବ୍ଲକ ଅଞ୍ଚଳରେ ଅନେକ ନିଃସହାୟ ଗରିବ ପରିବାର ଘର ପ୍ରବଳବର୍ଷାରେ ଭାଙ୍ଗି ଅମାନବୀୟ ପରସ୍ଥିତିରେ ଦିନ କାଟୁଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ମିଳୁନାହିଁ। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories