www.samajalive.in
Saturday, December 6, 2025
15.1 C
Bhubaneswar

ବେଆଇନ ମୋରମ ଉଠାଣ ଅଭିଯୋଗରେ ୪ ଟ୍ରାକ୍ଟର ଏବଂ ୧ ଜେସିବି ଜବତ

ପାଟଣାଗଡ: ବନବିଭାଗ ପକ୍ଷରୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଚାଲିଥିବା ଏକ ରାସ୍ତା ମରାମତି କାମ ପାଇଁ ବେଆଇନ ଭାବରେ ମୋରମ ଉଠାଯାଉଥିବା ଅଭିଯୋଗରେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ସାହୁ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନକୁ ଜବତ କରିଥିବା ଜଣାଯାଇଛି।

ପ୍ରକାଶ ଯେ, ସ୍ଥାନୀୟ ବନବିଭାଗ ପକ୍ଷରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଏକ ରାସ୍ତା ମରାମତି କାମ ଗତ ୧୨ ତାରିଖଠାରୁ ଆରମ୍ଭ ହୋଇଛି। ପିପଲଡାବର-ଦେଷଣ୍ଢ ରାସ୍ତାରେ ୨.୨୬ ଲକ୍ଷ ବ୍ୟୟ ଅଟକଳରେ ଚାଲିଥିବା ଉକ୍ତ ୪ କିମି ରାସ୍ତା ପାଇଁ ପ୍ରାୟ ୧୨ରୁ ୧୫ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଫରେଷ୍ଟର ରଞ୍ଜିତ ସିଂଙ୍କ ଠାରୁ ପ୍ରକାଶ। ଉକ୍ତ ରାସ୍ତା କାମ ପାଇଁ କିରବାଞ୍ଜୀ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଜମିରୁ ଏକ ଜେସିବି ମେସିନ ଏବଂ ୪ଟି ଟ୍ରାକ୍ଟର ସାହାଯ୍ୟରେ ମୋରମ ଉଠାଯାଉଥିଲା। କୌଣସି ବିଶ୍ୱସ୍ତ ସୂତ୍ରରୁ ଏ ସଂପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜେସିବି ମେସିନ ଏବଂ ଟ୍ରାକ୍ଟର ଗୁଡିକୁ ଜବତ କରିବା ସହ ପାଟଣାଗଡ ଥାନାକୁ ନେଇ ଆସିଥିଲେ। ତେବେ ମନରେଗା ଯୋଜନାରେ ମୋରମ ଖନନ କରି କାର୍ୟ୍ୟସ୍ଥଳୀକୁ ଆଣିବା ନିୟମ ବିରୁଦ୍ଧ ନୁହେଁ ଏବଂ ଏଥିପାଇଁ କୌଣସି ରୟାଲଟି ଦେବାକୁ ହୁଏ ନାହିଁ ବୋଲି ରେଞ୍ଜର ବାସୁଦେବ ନାଥ କହିବା ସହ ସମଗ୍ର ଘଟଣା ତଦନ୍ତ ସାପେକ୍ଷ ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories