www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଯୋଦ୍ଧା ଡାକ୍ତର ସଂକ୍ରମିତ, ପିପିଲି ଡାକ୍ତରଖାନାର ଓପିଡି ବନ୍ଦ

ପିପିଲି :ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ୩୨ ବର୍ଷର କରୋନା ଯୋଦ୍ଧା ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଗତ ୨୧ ତାରିଖରେ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର କୋଭିଡ୍‍ ପରୀକ୍ଷା କରାଇଥିବା ବେଳେ ରିପୋର୍ଟ ପଜେଟିଭ୍‍ ଆସିଥିଲା। ଏହାକୁ ନେଇ ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ ଡାକ୍ତର, ଷ୍ଟାଫ୍‍ ନର୍ସ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କରୋନା ଆକ୍ରାନ୍ତ ଡାକ୍ତର ଏବେ ନିଜ ଘରେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଆଜି ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ ଡାକ୍ତର, ଷ୍ଟାଫ୍‍ନର୍ସ ଓ କର୍ମଚାରୀ ଆଦି ୨୬ଜଣ ନିଜର କୋଭିଡ୍‍ ପରୀକ୍ଷା ପାଇଁ ସ୍ୱାବ୍‍ ଦେଇଥିବା ସୂଚନା ମିଳିଛି। କରୋନା ସଂକ୍ରମଣର ସମ୍ଭାବନା ଥିବା କାରଣରୁ ଡାକ୍ତରଖାନାର ଓପିଡିକୁ ବନ୍ଦ କରି ଦିଆଯାଇଥିବା ବେଳେ କେବଳ ଜରୁରୀ କାଳୀନ (ଏମର୍ଜେନ୍ସି) ରୋଗୀଙ୍କ ଚିକିତ୍ସା କରାଯାଉଥିବା ସଂପର୍କରେ ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ଅବିନାଶ ରଥଙ୍କ ଠାରୁ ସୂଚନା ମିଳିଛି। ପିପିଲି ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଡାକ୍ତରଖାନାକୁ ବିଶୋଧନ କରାଯାଇଛି। ଅଞ୍ଚଳବାସୀଙ୍କ ସମେତ ଡାକ୍ତରଖାନାର ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଆଜି ଆକ୍ରାନ୍ତ ଡାକ୍ତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୧୧ନଂ ମଢିିଆଳି ୱାର୍ଡର ଭରସାପୁର ଅଞ୍ଚଳରୁ ଜଣେ ୫୨ ବର୍ଷିୟା ମହିଳା ଓ ଅନ୍ୟ ଜଣେ ୩୨ ବର୍ଷିୟା ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୌରାଞ୍ଚଳର ୧୨ନଂ ଖଣ୍ଡିଆଗିରି ୱାର୍ଡ ବ୍ଲକଛକ ଅଞ୍ଚଳର ଜଣେ ୨୨ବର୍ଷିୟ ଯୁବକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ପୌରାଞ୍ଚଳର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ୩ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ଜଣେ ୯ବର୍ଷର ଶିଶୁକନ୍ୟା କରୋନା ପଜେଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଉକ୍ତ ଅଞ୍ଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ପମସରା ପଞ୍ଚାୟତର ଜଣେ ୩୦ ବର୍ଷିୟ ଯୁବକ ମଧ୍ୟ କରୋନା ପଜେଟିଭ୍‍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ସମସ୍ତ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ନିମାପଡା ସ୍ଥିତ କୋଭିଡ୍‍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ୍‍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

- Advertisement -

ଏହା ବ୍ୟତୀତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ୪୦ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ସୂଚନା ମିଳିଛି। ସେ ଅସୁସ୍ଥ ଅନୁଭବ କରିବାରୁ ୨୧ ତାରିଖରେ ଭୁବନେଶ୍ୱରରେ ନିଜର କୋଭିଡ୍‍ ପରୀକ୍ଷା କରାଇ ଘରେ ରହିଥିଲେ। ରିପୋର୍ଟ ପଜେଟିଭ୍‍ ଆସିବା ପରେ ତାଙ୍କୁ ଭୁବନେଶ୍ୱରର ଏକ କୋଭିଡ୍‍ କେୟାର ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଏହି ଖବର ମିଳିବା ପରେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚ ମଞ୍ଜୁ ପଣ୍ଡା ଆଜି ଆକ୍ରାନ୍ତଙ୍କ ଗ୍ରାମ ସମେତ ଅନ୍ୟ ୩ଟି ଗ୍ରାମକୁ ଆଜି ଠାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ୫ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛନ୍ତି। ଆଜି ଉକ୍ତ ଅଞ୍ଚଳର ଚତୁଃପାର୍ଶ୍ବକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‍ କରି ଦିଆଯାଇଥିବା ବେଳେ ଉକ୍ତ ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକେ ବାହାରକୁ ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବେ ଓ େଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଚିକିତ୍ସା ସୁବିଧାକୁ ସୁବନ୍ଦୋବସ୍ତ କରାଯାଇଛି। ସରପଞ୍ଚ ମଞ୍ଜୁ ପଣ୍ଡା, ଜନପ୍ରତିନିଧି ଆଡ୍‍ଭୋକେଟ୍‍ ସୁକାନ୍ତ ପଣ୍ଡା ପ୍ରମୁଖ ଆଜି ଉକ୍ତ ଅଞ୍ଚଳବାସୀଙ୍କୁ ଏସଂପର୍କରେ ଅବଗତ କରାଇବା ସହ କୋଭିଡ୍‍ ଗାଇଡ୍‍ଲାଇନକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories