www.samajalive.in
Monday, December 15, 2025
16.1 C
Bhubaneswar

ରାସ୍ତା କଡ଼େ ମହିଳାଙ୍କ ଦୁଃଖ, କୋଳରେ ନବଜାତକ

ଭୁବନେଶ୍ୱର : କୋଳରେ ୪ଦିନର ଛୁଆ। ଗୋଟିଏ ପଟେ କରୋନା ସଂକ୍ରମଣ ଅନ୍ୟପଟେ ବର୍ଷା ଭୟ। ଏଭଳି ଅବସ୍ଥାରେ ନବଜାତକକୁ କୋଳରେ ଧରି ୟୁନିଟ୍‍-୪ସ୍ଥିତ ମସ୍‍ଜିଦ୍‍ ସମ୍ମୁଖ ରାସ୍ତା କଡ଼ରେ ଜୀବନ କାଟୁଛନ୍ତି ଜଣେ ଅସହାୟ ମହିଳା। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଗଣ୍ଡେ ଖାଇବାକୁ ଦେଉଛନ୍ତି। ପ୍ରଶାସନ ଅସହାୟଙ୍କ ପାଇଁ ଅନେକ ବ୍ୟବସ୍ଥା କରୁଥିବା କହୁଥିବାବେଳେ ଉକ୍ତ ମହିଳାଙ୍କ ନିକଟରେ ତାହା ଅପହଞ୍ଚ ହୋଇଛି। ଅସହାୟଙ୍କ ପାଇଁ ବିଭିନ୍ନ ସ୍ଥାନରେ ବିଏମ୍‍ସିର ୮ଟି ଆଶ୍ରୟସ୍ଥଳ ରହିଥିବାବେଳେ ଉକ୍ତ ଅସହାୟ ମହିଳା ନବଜାତକକୁ କୋଳରେ ଧରି ରାସ୍ତା କଡ଼ରେ ଦିନ କାଟିବା ଦୁର୍ଭାଗ୍ୟର ବିଷୟ ହୋଇଥିବା ସାଧାରଣରେ ଆଲୋଚନା ହେଉଛି।

୧୫ ବର୍ଷ ତଳେ ରାଜଧାନୀକୁ ଆସିଥିବା ଉକ୍ତ ମହିଳା ଜଣଙ୍କ ନିଜ ବିଷୟରେ କିଛି କହିପାରୁ ନଥିଲେ ମଧ୍ୟ କେବଳ ନାଁ ଆରେଫା ବୋଲି ପରିଚୟ ଦେଉଛନ୍ତି। ଗତ ରବିବାର ମହିଳା ଜଣଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ସମାଜସେବୀ ପ୍ରତାପ ସାହୁଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ହେଲେ ମହିଳା ଜଣଙ୍କ ଅସହାୟ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ସଠିକ୍‌ ଚିକିତ୍ସା ଏବଂ ଖାଦ୍ୟ ମିଳିନଥିଲା ବୋଲି ଶ୍ରୀ ସାହୁ କହିଛନ୍ତି।
ଏହା ପରେ ମହିଳା ଜଣଙ୍କ ଛୁଆକୁ ଧରି ହସ୍ପିଟାଲରୁ ଆସି ରାସ୍ତା କଡ଼ରେ ଆଶ୍ରୟ ନେଇଛନ୍ତି। ୟୁନିଟ୍‍-୪ ମସ୍‍ଜିଦ୍‍ ସମ୍ମୁଖରେ ଥିବା ଯାତ୍ରୀ ଆଶ୍ରୟସ୍ଥଳୀରେ ବସି ପେଟ ଚାଖଣ୍ଡକ ପାଇଁ ଲୋକଙ୍କୁ ହାତ ପତାଉଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଖାଇବାକୁ ଦେଉଥିବାବେଳେ ଘଟଣାର ୪ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତାଙ୍କ ନିକଟରେ ପହଞ୍ଚି ପାରିନାହିଁ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories