www.samajalive.in
Saturday, December 13, 2025
18.1 C
Bhubaneswar

ଅଦର ପୁନାୱାଲ୍ଲାଙ୍କ ସହ କଥା ହେଲେ ନବୀନ, ଓଡ଼ିଶାକୁ ପ୍ରାଥମିକତା ଭିତ୍ତିରେ ମିଳିପାରେ ଟିକା

ଭୁବନେଶ୍ଵର: କରୋନା ଟିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅଦର ପୁନାୱାଲ୍ଲାଙ୍କ ସହିତ ବୁଧବାର କଥା ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନବୀନ ପୁନାୱାଲ୍ଲାଙ୍କ ସହିତ ଟିକା ପ୍ରସ୍ତୁତିର ଅଗ୍ରଗତି ନେଇ ଆଲୋଚନା କରିବା ସହିତ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ସେରମ ଇନ୍‌ଷ୍ଟିଚ୍ୟୁଟ୍‌ କରୋନା ଟିକା ପ୍ରସ୍ତୁତି ଲାଗି ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ଭାଗିଦାରିତା କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କଠାରୁ କ୍ଲିୟରାନ୍ସ ମିଳିବା ପରେ ଓଡ଼ିଶାକୁ ପ୍ରାଥମିକତା ଭିତ୍ତିରେ ଟିକା ଯୋଗାଣରେ ସହଯୋଗ କରିବାକୁ ନବୀନ ପୁନାୱାଲ୍ଲାଙ୍କୁ କହିଛନ୍ତି। ରାଜ୍ୟ ସରକାର ଏଥିପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ସହିତ ଲଗାତାର ସମ୍ପର୍କରେ ରହିବେ ବୋଲି ନବୀନ କହିଛନ୍ତି। କରୋନା ଟିକା ପ୍ରସ୍ତୁତି ଲାଗି ପୁନାୱାଲ୍ଲାଙ୍କ କାର୍ଯ୍ୟ ଏବଂ ଏହାକୁ ବିକଶିତ କରିବା ପାଇଁ ବିଶ୍ଵର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ସହିତ ଜଡ଼ିତ ହେବାର ଦୂରଦୃଷ୍ଟିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

- Advertisement -

ଅନ୍ୟପଟେ ପୁନାୱାଲ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସେରମ ଇନ୍‌ଷ୍ଟିଚ୍ୟୁଟ ସହିତ ସମ୍ପର୍କରେ ରହିବା ଏବଂ ଟିକାର ଅଗ୍ରଗତି ନିରୀକ୍ଷଣ କରୁଥିବାରୁ ପ୍ରଶଂସା କରିଛନ୍ତି। ପୁନାୱାଲ୍ଲା କହିଛନ୍ତି, ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଭଲ ଫଳାଫଳ ପ୍ରଦର୍ଶନ କରିଛି। ଅଗଷ୍ଟ ମଧ୍ୟଭାଗରୁ ଭାରତରେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ ଏବଂ ଅକ୍ଟୋବର-ନଭେମ୍ବର ମଧ୍ୟରେ ଟିକା ଉପଲବ୍ଧ ହେବ। ସେ ଆହୁରି କହିଛନ୍ତି, ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ରାଜ୍ୟ ସରକାର ପରସ୍ପର ସହିତ ସମ୍ପର୍କରେ ରହିପାରିବେ ଏବଂ ଟିକା ପ୍ରସ୍ତୁତ ହେବା ପରେ ସହଯୋଗକୁ ଆଗକୁ ବଢ଼ାଇ ପାରିବେ। ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ୫ଟି ସଚିବ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories