ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଜମିଜମା ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣରେ ଗୁରୁତର ପୁଅର (ରେଳ କର୍ମଚାରୀ)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କ ବାପାଙ୍କର ମୃତ୍ୟୁ ହୋଇଛି। ପ୍ରାୟ ଦୀର୍ଘ ୪ ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।
ସୂଚନା ଅନୁଯାୟୀ ସୋର ପୁଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଶଶିକାନ୍ତ, ରମେଶ ସମେତ ଆକ୍ରମଣରେ ସହଯୋଗ କାରିଣୀ ମାଆ ସାବିତ୍ରୀ ବେହେରା। ବାପପୁଅଙ୍କୁ ଆକ୍ରମଣପରେ ଗ୍ରାମବାସୀ ସେହିଦିନ ଘଟଣାସ୍ଥଳରୁ କାବୁ କରି ଅଟକ ରଖିଥିଲେ। ପୁଲିସ ଲୋକଙ୍କ କବଳରୁ ଅଭିଯୁକ୍ତମାନଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତମାନଙ୍କୁ ଆଜି ପୁଲିସ ଗିରଫ କରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ପୁଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଭୁଜାଲି, ଦୁଇ କୋଦାଳ ଓ ବାଡିକୁ ଜବତ କରିଛି।
ଜମିଜମା ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ହତ୍ୟା ଘଟଣା; ଅଭିଯୁକ୍ତ ଗିରଫ
Popular Categories



