www.samajalive.in
Monday, December 15, 2025
16.1 C
Bhubaneswar

ଡି-ଲିଙ୍କ ଅଭିଯୋଗରେ କଟକର ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ

କଟକ : ଗ୍ୟାଙ୍ଗଷ୍ଟର ଧଳ ସାମନ୍ତଙ୍କ ସହ ଲିଙ୍କ ଅଭିଯୋଗରେ କଟକ ମହାନଗର ନିଗମ ୭ ଓ୍ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି। ପୂର୍ବରୁ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେତାଙ୍କୁ ବହୁଥର ଜେରା କରାଯାଇଥିଲା । ରଞ୍ଜିତା ଗିରଫ ହେବା ପରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଜିଲ୍ଲା ସଭାପତି ତାଙ୍କୁ ବହିଷ୍କାର କରିଛନ୍ତି।

ତେବେ ଜେଲ୍‌ରୁ ରହି ଧଳ ସାମନ୍ତ ତାଙ୍କର ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଥିଲେ । କିଛି ଦିନ ତଳେ ଧଳ ସାମନ୍ତଙ୍କ ଜଣେ ସହଯୋଗୀ ଅପରାଧୀ ପୁଲିସ ଗୁଳିରେ ଆହତ ହୋଇଥିଲା । ଧଳ ସାମନ୍ତଙ୍କ ଅପରାଧ ସାମ୍ରାଜ୍ୟ ଓ ଜେଲ୍‌ରୁ ରହି କିପରି ସେମାନେ ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଛନ୍ତି ପୁଲିସ ତାହାର ତଦନ୍ତ  କରିଥିଲା । ଏହାପରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଅଟକ ରଖି ଜେରା କରିଥିଲା । ପୁଲିସ ପ୍ରମାଣ ଅଧାରରେ ତାଙ୍କୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories