www.samajalive.in
Saturday, December 6, 2025
17.1 C
Bhubaneswar

ୟୁଏଇରେ ଆଇପିଏଲ୍ ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ ବିସିସିଆଇ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ ସଂପର୍କରେ ସୂଚନା ଦେଇଛନ୍ତି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ପ୍ରସ୍ତାବିତ ଟି -୨୦ ବିଶ୍ୱକପକୁ  ସ୍ଥଗିତ ରଖାଯାଇଛି। ଫଳରେ ଆଇପିଏଲ୍ ନିମନ୍ତେ ବିସିସିଆଇ ନିକଟରେ ଏକ ସୁଯୋଗ ସୃଷ୍ଟି ହୋଇଛି ।  ଭାରତରେ କରୋନା ସଂକ୍ରମଣ ସ୍ଥିତି ଗୁରୁତର ହୋଇଥିବାରୁ ଶ୍ରୀଲଙ୍କା ଓ ୟୁଏଇ ଆଇପିଏଲ୍ ଆୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

- Advertisement -

ଆଇପିଏଲ୍ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ଆଇପିଏଲ୍ କେବେ ଆରମ୍ଭ କରାଯିବ ତାହା ସ୍ଥିର ହୋଇନାହିଁ । ତେବେ ସେମାନେ  (ଏମିରେଟ୍ସ କ୍ରିକେଟ୍ ବୋର୍ଡ) ଏହାକୁ ଆୟୋଜନ କରିବା ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି  କିନ୍ତୁ ୟୁଏଇରେ ଏହାକୁ ଷ୍ଟେଜ୍ କରିବା ପାଇଁ ଆମକୁ ସରକାରୀ ଅନୁମତି ଆବଶ୍ୟକ। ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ପରବର୍ତ୍ତୀ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ ଏବଂ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ସେ କହିଛନ୍ତି । ବିସିସିଆଇ ଏକ ନୂତନ ରାସ୍ତା  ଖୋଜୁଛି ଯେଉଁଥିରେ ଲିଗ ଆୟୋଜନ ଲାଭଜନକ ହେବ ଓ ୫୩୬ ନିୟୁତ ଡ଼ଲାର କ୍ଷତିରୁ ରକ୍ଷା ମିଳିବ ।  ତେଣୁ କ୍ଷତି ଭରଣା ନିମନ୍ତେ ବିଦେଶରେ ଆଇପିଏଲ୍ ଆୟୋଜନ ଏକମାତ୍ର ରାସ୍ତା ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମାଲ । ୨୦୧୪ରେ ନିର୍ବାଚନ ଯୋଗୁଁ ଆଇପିଏଲ୍ ବିଦେଶରେ ଆୟୋଜନ ହୋଇଥିଲା । ସେଠାରେ ପୂର୍ବରୁ ଖେଳ ଖେଳାଯାଇଛି ଓ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରିବାରେ ସେମାନଙ୍କର ଅଭିଜ୍ଞତା ରହିଛି । ତେଣୁ ୟୁଏଇ ରେ ଲିଗ୍ ଆୟୋଜନ ନିମନ୍ତେ ବିଚାର କରାଯାଉଛି ଓ ସରକାରଙ୍କ ଅନୁମତି ଲୋଡ଼ାଯିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories