www.samajalive.in
Monday, December 15, 2025
26.1 C
Bhubaneswar

ଭାରତକୁ ସୁରକ୍ଷା ଦେବ ଡ୍ରୋନ୍‌ ‘ଭାରତ’

ନୂଆଦିଲ୍ଲୀ: ସମ୍ପ୍ରତି ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାକୁ କିଭଳି ଦମନ କରାଯାଇପାରିବ ସେଥିପାଇଁ ଭାରତୀୟ ସେନାବାହିନୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏକ ଡ୍ରୋନ୍‌, ଯାହାର ନାମ ‘ଭାରତ’ ଦିଆଯାଇଛି। ଏଣିକି ଭାରତକୁ ଡ୍ରୋନ୍‌ ‘ଭାରତ’ ସୁରକ୍ଷା ଦେବ ଏବଂ ଚୀନ୍‌କୁ ଏହା ଜଗବି। ଏବେ ଭାରତକୁ ସୁରକ୍ଷା ଦେବା ଭାରତୀୟ ସେନାବାହିନୀ ପକ୍ଷରୁ   ସ୍ବୟଂକ୍ରିୟ ଡ୍ରୋନ୍‌ ‘ଭାରତ’କୁ ଚୀନ୍‌ ସୀମା ଏଲ୍‌ଏସିରେ ମୁତୟନ କରାଯିବ। ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ପ୍ରସ୍ତୁତି ହୋଇଛି ‘ଭାରତ’ ଡ୍ରୋନ୍‌। ଶତ୍ରୁପକ୍ଷର ରାଡାର ଡ୍ରୋନ୍‌ ‘ଭାରତ’କୁ ଠାବ କରିପାରିବନାହିଁ।  ଘଞ୍ଚ ଜଙ୍ଗଲରେ ଲୁଚିଥିବା ଲୋକଙ୍କୁ ଏହି ଡ୍ରୋନ୍‌ ଠାବ କରିପାରିବା ଭଳି ଦକ୍ଷତା ରଖିଛି। ସେହିପରି  ଡ୍ରୋନ୍‌ ‘ଭାରତ’ ‌ ନାଇଟ୍‌ ଭିଜନ୍‌ କ୍ଷମତା ସହିତ ଅତି ଥଣ୍ଡାରେ ବି କାମ କରିପାରିବ। ସମ୍ପ୍ରତ୍ତି ଏଲ୍‌ଏସିରେ ଲାଗି ରହିଥିବା ଛକାପଞ୍ଝାରେ ଭାରତ ଉପାଦେୟ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories