www.samajalive.in
Monday, December 8, 2025
27.1 C
Bhubaneswar

ଇଡ଼ି ଫାଶରେ ଯୋଧପୁର ବିଶ୍ବବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ: ୧୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ:   ନକଲି ଡିଗ୍ରୀ ପ୍ରଦାନ ଓ ଅର୍ଥ ହେରଫେର ମାମଲାରେ  ମାମଲାରେ ଯୋଧପୁର ଜାତୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କମଲ ମେହେଟ୍ଟାଙ୍କ ସମ୍ପତ୍ତି ପ୍ରାୟ ୧୩ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି)।

ପ୍ରବର୍ତନ ନିର୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମଳ ମେହେଟ୍ଟାଙ୍କ  ଜୟପୁର, ଯୋଧପୁର ଏବଂ ଦିଲ୍ଲୀରେ ଅବସ୍ଥିତ ୧୨ ଟି ଫ୍ଲାଟ, ୩ ପ୍ଲଟ୍, ଏକ କୋଠା ଏବଂ ୩୧ଟି ବଡ କୃଷି ଫାର୍ମ ସହ  ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି । ନକଲି ଡ଼ିଗ୍ରୀ ପ୍ରମାଣପତ୍ର ପ୍ରଦାନ ମାମଲାକୁ ନେଇ ତାଙ୍କର ସମ୍ପତ୍ତି ଜବତ କରାଯାଇଛି ।

- Advertisement -

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଜୟପୁର କାର୍ଯ୍ୟାଳୟ ଦ୍ୱାରା ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏକ ଆନ୍ତରୀଣ  ଆଦେଶ ଜାରି କରାଯାଇଛି । ଏହା ପୂର୍ବରୁ ଇଡ଼ି ୨୦୧୭ରେ ଶ୍ରୀ ମେହେଟ୍ଟାଙ୍କର  ୮.୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଏବଂ ଘରୋଇ ବିଶ୍ୱବିଦ୍ୟାଳୟ ଚଳାଉଥିବା ତାଙ୍କ ଟ୍ରଷ୍ଟକୁ ଜବତ କରିଥିଲା ।

ଅଭିଯୁକ୍ତ ଶ୍ରୀ  ମେହେଟ୍ଟା କୁଶଲ ଶିକ୍ଷା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଏବଂ ୨୦୦୮ ମସିହାରେ ଯୋଧପୁରରେ ଯୋଧପୁର ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଅଭିଯୋଗ ଅନୁସାରେ  ସେ ବିଶ୍ୱବିଦ୍ୟାଳୟର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେ ନକଲି ଡିଗ୍ରୀ ଏବଂ ମାର୍କ ସିଟ୍ ପ୍ରଦାନ ତଥା ବିକ୍ରୟ ପାଇଁ ଏକ ସିଣ୍ଡିକେଟ୍ ଚଳାଉଥିଲେ । ଫି ସଂଗ୍ରହ, ଫର୍ମ ଏବଂ ପରୀକ୍ଷା ପରିଚାଳନା ଉଦ୍ଦେଶ୍ୟରେ ରେ ସେ ବିଶ୍ୱବିଦ୍ୟାଳୟର ଚାରିଜଣ ଜାତୀୟ ସଂଯୋଜକ ନିଯୁକ୍ତ କରିଥିଲେ ଏହି ଜାତୀୟ ସଂଯୋଜକମାନେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ ।

ମେହେଟ୍ଟା ଏହି ଜାତୀୟ ସଂଯୋଜକମାନଙ୍କ ଜରିଆରେ ବେଆଇନ ଭାବେ ପ୍ରାୟ ୨୨.୩ କୋଟି ଟଙ୍କା ସଂଗ୍ରହ କରିଥିଲେ ।   ଯୋଧପୁର ନ୍ୟାସନାଲ ୟୁନିଭର୍ସିଟି, କୁଶଲ ଏଜୁକେସନ ଟ୍ରଷ୍ଟ ଏବଂ ସୂର୍ଯ୍ୟ ନାଗ୍ରି ଏଜୁକେସନ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ବିଭିନ୍ନ ସଂସ୍ଥା ନାମରେ ଖୋଲା ଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯାଇଥିଲା । ଶ୍ରୀ ମେହେଟ୍ଟା ଏକ ଜୟପୁରରେ ଏକ ସମାନ୍ତରାଳ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ୨୦୧୦ ରୁ ୨୦୧୪ ମଧ୍ୟରେ ବିଭିନ୍ନ ଛାତ୍ରଙ୍କୁ ୨୫,୦୦୦ ଡିଗ୍ରୀରୁ ଅଧିକ ଜାଲ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories