www.samajalive.in
Sunday, December 14, 2025
19.1 C
Bhubaneswar

କରୋନାକୁ ଅଟକାଇ ପାରିବନି ଏନ-୯୫ ମାସ୍କ, ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଏନ-୯୫ ମାସ୍କ ସାଧାରଣ ଲୋକଙ୍କ ପାଇଁ ନିରାପଦ ନୁହେଁ। ଏହି ମାସ୍କ କରୋନା ସଂକ୍ରମଣକୁ ରୋକି ପାରିବନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ କରାଯାଇଛି। ଲୋକମାନେ ଛିଦ୍ରଯୁକ୍ତ ଏନ-୯୫ ମାସ୍କ ବ୍ୟବହାର ନ କରିବାକୁ ଚିଠିରେ ଚେତାବନୀ ଦିଆଯାଇଛି। ଏହି ମାସ୍କ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ ଏହାକୁ ବ୍ୟବହାର କରିବା ହାନିକାରକ ବୋଲି କୁହାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟସେବାଗୁଡ଼ିକର ମହାନିର୍ଦେଶକ ରାଜୀବ ଗର୍ଗ ସବୁ ରାଜ୍ୟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଦେଖିବାକୁ ମିଳୁଛି ଯେ ଜନସାଧାରଣ ଏବଂ ସ୍ବାସ୍ଥ୍ୟ କର୍ମଚାରୀମାନେ ଏନ-୯୫ ମାସ୍କକୁ ତ୍ରୁଟିପୂର୍ଣ୍ଣ ଭାବେ ବ୍ୟବହାର କରୁଛନ୍ତି, ବିଶେଷକରି ସେହି ମାସ୍କ ଯେଉଁଥିରେ ଛିଦ୍ର ରହିଛି। ଘରେ ତିଆରି ହେଉଥିବା ସାଧାରଣ ମାସ୍କ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଉପଲବ୍ଧ ମାସ୍କକୁ କିଣି ଲୋକମାନେ ବ୍ୟବହାର କରିପାରିବେ। ଛିଦ୍ରଯୁକ୍ତ ଏନ-୯୫ ମାସ୍କର ବ୍ୟବହାର ଲୋକଙ୍କ ପାଇଁ ହାନିକାରକ ହୋଇପାରେ। ଏହି ମାସ୍କ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବ ନାହିଁ। କେବଳ ଯଦି କେହି ସଂକ୍ରମିତ ଏହାକୁ ବ୍ୟବହାର କରନ୍ତି ତେବେ ତାଙ୍କଠାରୁ ଭୂତାଣୁ ମାସ୍କରୁ ବାହାରକୁ ଯାଇପାରିବ ନାହିଁ। ଲୋକଙ୍କୁ ନିବେଦନ କରାଯାଉଛି ସେମାନେ ଏହାର ବ୍ୟବହାର ନ କରି ଯେତେ ସମ୍ଭବ ଘରେ ତିଆରି ହେଉଥିବା ମାସ୍କ ବ୍ୟବହାର କରନ୍ତୁ।

- Advertisement -

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଲୋକମାନେ ଘରେ ତିଆରି ହୋଇଥିବା ମାସ୍କ ବ୍ୟବହାର କରନ୍ତୁ, ଫଳରେ କରୋନା ଭୂତାଣୁରୁ ରକ୍ଷା ମିଳିପାରିବ। ମାସ୍କ କଭରକୁ ପ୍ରତିଦିନ ଧୋଇବା କିମ୍ବା ସଫା କରିବା ଜରୁରୀ। ଏହା ବ୍ୟତୀତ ମୁହଁକୁ କଟକ କନାରେ ମଧ୍ୟ ଆବଦ୍ଧ କରାଯାଇପାରିବ ବୋଲି କୁହାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories