www.samajalive.in
Wednesday, December 10, 2025
16.1 C
Bhubaneswar

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତି ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ଲାଲଜୀ ଟଣ୍ଡନଙ୍କୁ ୮୫ବର୍ଷ ହୋଇଥିଲା ।


ଲାଲ୍‌ଜୀ ଜୁନ୍ ୧୧ ତାରିଖ ଦିନ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ନିଶ୍ୱାସ ନେବାରେ କଷ୍ଟ ହେବା ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପରିଶ୍ରା ଅସୁବିଧା ଥିବା ସହ ଜ୍ବର ମଧ୍ୟ ରହୁଥିଲା। ଡାକ୍ତରମାନେ ଚିକିତ୍ସା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଯତ୍କୃତ ସମସ୍ୟା ଅଛି। ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ୧୪ ତାରିଖରେ ତାଙ୍କ ଲିଭରରେ ଏକ ଅପେରସନ୍ କରାଯାଇଥିଲା । ସେହିଦିନ ଠାରୁ ସେ ହସ୍ପିଟାଲ୍‌ରେ ଥିଲେ ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

- Advertisement -

୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ସେ ଉତ୍ତରପ୍ରଦେଶ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଥିଲେ । କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ଥିବାବେଳ ସେ ମନ୍ତ୍ରୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ବିଧାନ ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ ।


ଲାଲଜୀ ଟଣ୍ଡନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆମେ ଜଣେ କିମ୍ବଦନ୍ତୀ ନେତାଙ୍କୁ ହରାଇଲେ ବୋଲି ଟ୍ୱିଟ କରି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ମୋଦୀ  ଟ୍ବିଟ୍‌ କରି ଲେଖିଛନ୍ତି, ‘ସମାଜ ପାଇଁ ନିଜର ସେବା ମନୋବୃତ୍ତି ଯୋଗୁ ଲାଲଜୀ ଟଣ୍ଡନ ସଦା ମନେ ରହିବେ। ଉତ୍ତରପ୍ରଦେଶରେ ବିଜେପିର ସ୍ଥିତିିକୁ ସୁଦୃଢ଼ କରିବାରେ ସେ ଗୁୁରୁତତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜଣେ ପ୍ରଭାବଶାଳୀ ପ୍ରଶାସକ ଭାବେ ମନେ ରହିବେ, ଯିଏକି ସଦା ସର୍ବସାଧାରଣଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖୀତ।’

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories