www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ଶାସନ ଥାନାଞ୍ଚଳରୁ ଅପହରଣ; ଅପହୃତ ବ୍ୟକ୍ତି ଉଦ୍ଧାର, ଅପହରଣକର୍ତ୍ତା ଗିରଫ

ସମ୍ବଲପୁର : ବିଗତ କିଛି ଦିନ ହେବ ସମ୍ବଲପୁର ଜିଲାରେ ଅପରାଧିକ ଗତିବିଧି ଅଚାନକ ଅହେତୁକା ଭାବରେ ବୃଦ୍ଧି ପାଇଥିବା ଦେଖାଯାଉଛି। ଏବେ ଦେଶ କରୋନା ଭୂତାଣୁ ପାଇଁ ଲକ୍ ଡାଉନ୍ ମୋଡରେ ଥିବାବେଳେ ଜନଜୀବନରେ ଏକ ପ୍ରକାରର ସ୍ଥାଣୁତା ରହିଛି। ଅନଲକ ପ୍ରକ୍ରିୟା ଚାଲୁ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ କରୋନା ସଙ୍କଟ ଟଳି ନ ଥିବାରୁ ସ୍ଥିତି ସାମାନ୍ୟ ହୋଇ ନାହିଁ। ଏଭଳି ପରିସ୍ଥିତିରେ ପ୍ରାୟତଃ ପ୍ରମୁଖ ସ୍ଥାନଗୁଡିକରେ ପୁଲିସ ପହରା ଜାରି ରହିଛି। କିନ୍ତୁ ଏହା ସତ୍ବେ ବିଶେଷ କରି ସମ୍ବଲପୁର ସହରରେ ଅପରାଧିକ ଗତିବିଧି ବୃଦ୍ଧି ପାଇବାକୁ ନେଇ ସହରବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଲିସ ଅପରାଧିକ ଗତିବିଧିଗୁଡିକୁ ଅଙ୍କୁଶ ଲଗାଇବାରେ ବିଶେଷ ସଫଳତା ପାଉ ନ ଥିବାରୁ ଅପରାଧିମାନେ ଉତ୍ସାହିତ ହୋଇ ରହିଛନ୍ତି। ଫଳରେ ସେମାନେ ଗୋଟିଏ ପରେ ଗୋଟିଏ ଅପରାଧିକ କାଣ୍ଡ ଭିଆଇ ଚାଲୁଛନ୍ତି।

ଗତ ୧୦ ତାରିଖରେ ଶାସନ ଥାନାରୁ ମାତ୍ର ୩ ଶହ ମିଟର ଦୂରରେ ସ୍ଥିତ ରାଜ୍ୟ ରାଜପଥରୁ ସ୍ପଷ୍ଟ ଦିବାଲୋକରେ ସମ୍ବଲପୁରର ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିବାବେଳେ ୧୭ – ୧୮ ତାରିଖରେ ମଧ୍ୟ ରାତ୍ରିରେ ପଣ୍ଡିଆପାଲିର ସଞ୍ଜୟ ଓରାମଙ୍କୁ ଅପହରଣ କରାଯାଇଛି। ସଞ୍ଜୟଙ୍କୁ ଅପହରଣ କରିବା ପରେ ଅପହରଣକର୍ତ୍ତାମାନେ ତାଙ୍କର ପରିବାରକୁ ଫୋନ କରି ୨୫ ହଜାର ଟଙ୍କା ଦାବି କରିଥିଲେ। ଘଟଣା ସର୍ମ୍ପକରେ ଜାଣିବା ପରେ ତୁରନ୍ତ ଅପହୃତ ସଞ୍ଜୟଙ୍କ ଭଉଣୀ ସୁନୀତା ଓରାମ ଶାସନ ଥାନାରେ ଅଭିଯୋଗ କରିଥିଲେ। ଏଣୁ ଶାସନ ଥାନାଧିକାରୀ ତଥା ଡିଏସପି (ପି) ସନ୍ତକ ଜେନା ତୁରନ୍ତ ଇନିସପେକ୍ଟର ଜୟରଶ୍ମୀ ସେଠୀ ଓ ରେଙ୍ଗାଲି ଥାନାଧିକାରୀ ଧବଳେଶ୍ୱର ସାହୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ସଦର ଏସଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ପରିଚାଳିତ ସମସ୍ତ ସ୍ୱତନ୍ତ୍ର ଦଳ ଗୁଡିକର ଉଦ୍ୟମ କ୍ରମେ ଘଟଣା ୧୨ ଘଣ୍ଟା ମଧ୍ୟରେ ଅପହୃତ ସଞ୍ଜୟକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହା ସହିତ ୪ ଜଣ ଅପହରଣକର୍ତ୍ତା ଉତ୍ତର ପ୍ରଦେଶ ରାଜ୍ୟର ପ୍ରତାପଗଡ ଜିଲାର ଲାଲଗଞ୍ଜ ଥାନା ଅର୍ନ୍ତଗତ ଥାନାପଟିଟକିଆ ଗ୍ରାମର ନିବାସୀ ମହମ୍ମଦ ଇକ୍ରାମ (୧୯), ସମ୍ବଲପୁର ଜିଲା କତରବଗା ଥାନା ଅର୍ନ୍ତଗତ ଠୁରୁପାଲିର ନିବାସୀ ଚିନ୍ମୟ ରୋହିଦାସ (୧୯) ଓ ଇନ୍ଦ୍ରମଣି ରୋହିଦାସ (୧୯) ଏବଂ ରେଙ୍ଗାଲି ଥାନା ଅର୍ନ୍ତଗତ ସମଲେଇପଡା ନିବାସୀ ସୁଶାନ୍ତ ତନ୍ତୀ (୨୬)ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ କଳା ରଙ୍ଗର ମୋଟର ବାଇକ (ଓଡି-୧୫-ଏ-୫୪୯୧) ଓ ୫ଟି ମୋବାଇଲ ସହିତ ଅପହୃତଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ତଦନ୍ତ ଚାଲିଛି ବୋଲି ସମ୍ବଲପୁର ପୁଲିସ ସୂଚନା ଦେଇଛି।

- Advertisement -

ଏଥିରୁ ସ୍ପଷ୍ଟ ହେଉଛି ଯେ, ଅପରାଧି ମାନଙ୍କ ମଧ୍ୟରେ ପୁଲିସ ପ୍ରତି କୌଣସି ଭୟ ନ ଥିବାରୁ ସେମାନେ ଅପରାଧିକ ଗତିବିଧିକୁ ଜାରି ରଖିଛନ୍ତି। ସମ୍ବଲପୁର ଜିଲାରେ ପ୍ରାୟ ୧୦ ବର୍ଷ ପୂର୍ବେ ଏକ ଅପହରଣ ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ମାତ୍ର ଏକ ସପ୍ତାହରେ ଦୁଇ ଦୁଇଟି ଅପହରଣ ଘଟଣା ଘଟି ସାରିଛି। ଦ୍ୱିତୀୟ ଅପହରଣ ଘଟଣାରେ ପୁଲିସ ସଫଳତା ପାଇଥିବା ବେଳେ କିନ୍ତୁ ପ୍ରଥମ ତଥା ହାଇପ୍ରୋଫାଇଲ ବ୍ୟବସାୟୀ ଅପହରଣ ଘଟଣାରେ ଅପହୃତ ବ୍ୟକ୍ତି ଉଦ୍ଧାର ଏବଂ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହିତ ସହଯୋଗୀ ମାନେ ଫେରାର ଥିବାରୁ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି ରହିଛି। ସମ୍ବଲପୁର ଜିଲାରେ ବିଗତ କିଛି ମାସ ହେବ ଅପରାଧିକ ଗତିବିଧି ଗୁଡିକୁ ଅଙ୍କୁଶ ଲଗାଇପାରୁ ନ ଥିବା ବେଳେ ଅପରାଧିକ କାଣ୍ଡ ଗୁଡିକର ରହସ୍ୟ ଉନ୍ମମୋଚନ ଓ ଅପରାଧି ମାନଙ୍କୁ ଧରିବାରେ ମଧ୍ୟ ବାରମ୍ବାର ସମ୍ପୁର୍ଣ୍ଣ ବିଫଳ ହେଉଛି। ଏଥିରୁ ସମ୍ବଲପୁର ପୁଲିସର ପାରିବାରିଆ ପଣିଆ ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ଜିଲାବାସୀ ମତ ଦେଉଛନ୍ତି। ପୂର୍ବରୁ ବିଭିନ୍ନ ଅପରାଧିକ ଗତିବିଧି ନିୟନ୍ତ୍ରଣ ହେଉ ନ ଥିବା ବେଳେ ଏବେ ଅପହରଣ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବାରୁ ଏବେ ସହରବାସୀ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories