www.samajalive.in
Saturday, December 6, 2025
15.1 C
Bhubaneswar

ନିର୍ବାଚନ ପ୍ରଚାର କିପରି ହେବ ? ରାଜନୈତିକ ଦଳଗୁଡ଼ିକର ପରାମର୍ଶ ଲୋଡ଼ିଲେ ଇସିଆଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଳିତବର୍ଷ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନକୁ ନେଇ ସଂସୟ ସୃଷ୍ଟି ହୋଇଛି। ବିଶେଷ କରି ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ କିପରି ପ୍ରଚାର କରିବେ ଏବଂ ବୈଠକ ଆୟୋଜନ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭାରତ ନିର୍ବାଚନ ଆୟୋଗ(ଇସିଆଇ)। ତେଣୁ ଏଥିପାଇଁ ଆୟୋଗ ଦେଶର ସବୁ ରାଜନୈତିକ ଦଳଗୁଡ଼ିକର ପରାମର୍ଶ ଲୋଡ଼ିଛନ୍ତି। ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ନିଜ ନିଜର ପରାମର୍ଶ ପଠାଇବାକୁ ଇସିଆଇ କହିଛନ୍ତି।

ଆୟୋଗ ନିଜ ଚିଠିରେ ବର୍ତ୍ତମାନର କରୋନା ସ୍ଥିତିକୁ ଦର୍ଶାଇଛନ୍ତି। ଆୟୋଗ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ଦେଶରେ କରୋନାର ବ୍ୟାପକତାକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଓ କିଛି ଅନ୍ୟ ଆଇନ ଅଧୀନରେ ନିର୍ଦେଶାବଳୀ ଜାରି କରିଛନ୍ତି। ଏହା ଭିତରେ ଦଳ ଏବଂ ପ୍ରାର୍ଥୀମାନେ କିପରି ନିର୍ବାଚନ ପ୍ରଚାର କରିବେ ଓ ବୈଠକ ଆୟୋଜନ କରିବେ ସେ ନେଇ ରାଜନୈତିକ ଦଳଗୁଡ଼ିକ ପରାମର୍ଶ ଦିଅନ୍ତୁ। ଫଳରେ ମହାମାରୀ ସମୟରେ ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇ ପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories