www.samajalive.in
Friday, December 5, 2025
20.1 C
Bhubaneswar

ଟିକ୍‌ଟକ୍‌ ବିରୋଧରେ ପ୍ରଚାର କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଆମେରିକା ବି ଟିକ୍‌ଟକ୍‌କୁ ବ୍ୟାନ୍‌ କରିବା ଲାଗି ବିଚାର କରୁଛି। କିଛିଦିନ ତଳେ ଆମେରିକା କହିଥିଲା ଯେ, ଯଦି ଟିକ୍‌ଟକ୍‌ ଆମେରିକାରେ କାମ କରିବାକୁ ଚାହୁଁଛି, ତେବେ ତାକୁ ଚୀନ ସହିତ ସମ୍ପର୍କ କାଟିବାକୁ ପଡ଼ିବ। କିନ୍ତୁ ଏବେ ଦୁନିଆର ସବୁଠୁ ଶକ୍ତିଶାଳୀ ଏହି ରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଟିକ୍‌ଟକ୍‌ ବିରୋଧରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି।

କରୋନା ସଂକ୍ରମଣ ବ୍ୟାପିବା ପରେ ଟ୍ରମ୍ପ ଚୀନ ଉପରେ ଖପ୍ପା ହୋଇଯାଇଛନ୍ତି। ଏହା ମଧ୍ୟରେ ସେ ଟିକ୍‌ଟକ୍‌ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏ ନେଇ ସେ ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ବିଜ୍ଞାପନ ମଧ୍ୟ ଦେଇଛନ୍ତି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟର ଟେଲର ଲରେନ୍ସ ଟ୍ରମ୍ପଙ୍କ ଏହି ଆଣ୍ଟି-ଟିକ୍‌ଟକ୍‌ କ୍ୟାମ୍ପେନ ବିଷୟରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ରମ୍ପ କ୍ୟାମ୍ପେନ୍‌ର ଟ୍ୟାଗ୍‌ଲାଇନ ରହିଛି ‘ଟିକ୍‌ଟକ୍‌ ଆପଣଙ୍କ ଗୁପ୍ତଚରଗିରି କରୁଛି’। ପୋଷ୍ଟର ଉପରେ ଲେଖା ହୋଇଛି TEXT “TRUMP” TO 88022 ।

- Advertisement -

ତେବେ ଡୋନାଲ୍ଡ ଟ୍ରମ୍ପ ଏହି ଅଭିଯାନ ମାଧ୍ୟମରେ ଚୀନକୁ ଟାର୍ଗେଟ କରୁଛନ୍ତି ଏବଂ ପରବର୍ତ୍ତୀ ନିର୍ବାଚନ ପାଇଁ ଭୋଟରଙ୍କୁ ମଧ୍ୟ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। କାରଣ ବିଜ୍ଞାପନ ସହିତ ଲିଙ୍କ ଉପରେ କ୍ଲିକ୍ କରିବା ପରେ ଏକ ସର୍ଭେ ଖୋଲୁଛି ଯେଉଁଥିରେ, ଟ୍ରମ୍ପ ଆମେରିକାରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ କି ନାହିଁ ପ୍ରଶ୍ନ କରାଯାଇଛି ? ଏହା ସହିତ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ଉପଭୋକ୍ତାମାନଙ୍କୁ ଟଙ୍କା ଦାନ କରିବାକୁ ଅନୁରୋଧ ମଧ୍ୟ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories