www.samajalive.in
Sunday, December 14, 2025
19.1 C
Bhubaneswar

ଅବକାରୀ ବିଭାଗର ଚଢାଉ; ୨୮ ଲିଟର ଦେଶୀ ମଦ ସହ ୯.୫୦ କ୍ୱିଣ୍ଟାଲ ମହୁଲ ପୋଚ ଜବତ , ୩ ଗିରଫ

କଲମପୁର : ଜିଲାପାଳ ଗାଭିଲ ପରାଗ ହର୍ସଦ ଓ ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଜିଲାସ୍ତରୀୟ ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଗୁରୁବାର ଦିନ ବଡକୁଟୃ ଫାଣ୍ଡି ଅଞ୍ଚଳରେ ଅକସ୍ମାତ ଚଢାଉ କରାଯାଇଛି। ଏହି ଚଢାଉବେଳେ ବଡକୁଟୃ ପୁଲିସ ଫାଣ୍ଡି ଠାରୁ ମାତ୍ର କିଛି ମିଟର ଦୂରରେ ଥିବା କେଶବ ସୁନାନୀଙ୍କ ଘରରେ ବେନିୟମ ଭାବେ ଗଚ୍ଛିତ ଥିବା ୧୨ ଲିଟର ଦେଶୀ ରନ୍ଧା ମଦ, ପାଣିଗାଁ ମେଘନାଥ ସାହୁଙ୍କ ଘର ରେ ବେନିୟମ ଭାବେ ଥିବା ୫ ଲିଟର ଓ ଦଣ୍ଡେଇଖୋଲ ଗ୍ରାମର ଶଙ୍କର ମାଝୀଙ୍କ ଘରେ ବେନିୟମ ଭାବେ ଥିବା ୧୧ ଲିଟର ଦେଶୀ ରନ୍ଧା ମଦକୁ ସ୍ୱତନ୍ତ୍ର ଦଳ ଜବତ କରିବହା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଏହାସହ ବେନିୟମ ଭାବେ ଦଣ୍ଡେଇଖୋଲ ନିକଟସ୍ଥ ପାହାଡରେ ମଦ ରନ୍ଧନ ପାଇଁ ଥିବା ପ୍ରାୟ ୯.୫୦ କ୍ୱିଣ୍ଟାଲ ମହୁଲ ପୋଚକୁ ଅବକାରୀ ଦଳ ଜବତ କରିଥିଲେ। କିନ୍ତୁ ଏହି ବେନିୟମ ମଦ ରନ୍ଧାରେ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅବକାରୀ ବିଭାଗକୁ କୌଣସି ସୁରାକ ମିଳି ପାରି ନାହିଁ। ସ୍ୱତନ୍ତ୍ର ଅବକାରୀ ଦଳର ନିରୀକ୍ଷକ ଦିଲିପ କୁମାର ରଥଙ୍କ ନେତୃତ୍ୱରେ ନିରୀକ୍ଷକ ଲଳିତ ମୋହନ ମିଶ୍ର, ସହକାରୀ ନିରୀକ୍ଷକ ଅଶୋକ କୁମାର ସାହୁ, ଯୋଗେଶ୍ୱରୀ ନାଏକ ପ୍ରମୁଖଙ୍କ ସମେତ ବିଭାଗର ବହୁ କର୍ମଚାରୀ ଚଢାଉ ବେଳେ ସକ୍ରିୟ ସହଯୋଗ କରିଥିଲେ।

ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକ ଡାଉନ ଘୋଷଣା ହେବା ପରେ ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ସବୁ ବନ୍ଦ ରହିଥିଲେ ମଧ୍ୟ କଲମପୁର ଅଞ୍ଚଳରେ ବେନିୟମ ମଦର ପ୍ରଭାବ ବୃଦ୍ଧି ପାଇଛି। କିଛି ଶିକ୍ଷିତ ବ୍ୟକ୍ତି ବିଶେଷ ଏହି ବେନିୟମ ମଦ କାରବାରରେ ସଂଶ୍ଳିଷ୍ଟ ଥାଇ କିଛି କ୍ଷମତାଧାରୀଙ୍କୁ ହାତ ବାରିସି କରି ନିଜର ବେପାର କରି ଆସୁଛନ୍ତି। ଅଞ୍ଚଳର ନଦୀ ନାଳ, ପାହାଡିଆ ଅଞ୍ଚଳ ସବୁରେ ବେନିୟମ ମଦ ରନ୍ଧାଯାଇ ବିଭିନ୍ନ ଜନବସତିକୁ ଆଣି ବେନିୟମ ଭାବେ ମଦ ବିକ୍ରୟ କରାଯାଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନିୟ ପୁଲିସ ପ୍ରଶାସନ ନିରବ ଦର୍ଶକ ସାଜୁଛି। ଖୋଦ ଫାଣ୍ଡିର ଅଳ୍ପ କିଛି ମିଟର ଦୂରରେ ଖୋଲା ଖୋଲି ମଦ ବିକ୍ରୟ ଚାଲୁଥିବାର ଅଭିଯୋଗ ପରେ ମଧ୍ୟ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଓ ଖୋଦ ଜିଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ବେନିୟମ ମଦ କାରବାରରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଧରିବା ପୁଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କଲମପୁର ଅଞ୍ଚଳ ଏବେ ନିଶା ଖୋର ଓ ବେନିୟମ ମଦ ମାଫିଆ ଙ୍କ ପ୍ରଭାବ ଦେଖା ଦେଉଛି। ଏହା ଦ୍ୱାରା ସରକାରଙ୍କୁ ରିତିମତ ମଦ ବିକ୍ରୟ ନେଇ ରାଜସ୍ୱ୍ସ ଦେଉଥିବା ଦେଶୀ ବିଦେଶୀ ମଦ ବିକ୍ରୟ କମିବାରେ ଲାଗିଛି। ଏହାଦ୍ୱାରା ସରକାରଙ୍କ ରାଜସ୍ୱ ହାନୀ ହେଉଛି। ତେଣୁ ଜିଲା ପ୍ରଶାସନ ରିତିମତ ବେନିୟମ ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେଇ ଚଢାଉ ଜାରି ରଖିଲେ ବେନିୟମ ମଦକାରବାରରେ ଅଙ୍କୁଶ ଲାଗିବାର ଆଶା କରାଯାଉଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories