www.samajalive.in
Saturday, December 13, 2025
21.1 C
Bhubaneswar

ସାପ କାମୁଡାରେ ନାବାଳିକା ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ବୁଡିବାହାଲ ଗ୍ରାମରେ ଗୁରୁବାର ସାପ କାମୁଡୁରେ ଜଣେ ନବାଳିକାରା ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ତୁରେକେଲା ଗ୍ରାମପଞ୍ଚାୟତ ବୁଢିବାହାଲ ଗ୍ରାମର ମାଧବ ପୁଟାଙ୍କ ନବମ ଶ୍ରେଣୀରେ ପଢୁଥିବା ଝିଅ ଗୋଲାପି ପୁଟା (୧୪) ଗତକାଲି ରାତିରେ ଖାଇସାରିବା ପରେ ମାଆ ଓ ୩ ବର୍ଷର ସାନ ଭଉଣୀ ସହ ତଳେ ଚଟାଇ ପକାଇ ଶୋଇଥିଲେ । ଝିପିଝିପି ବର୍ଷା ଘଡଘଡିରେ ଏକ ଚିତ୍ତି ସାପ ଘରେ ପଶି ଯାଇ ଗୋଲାପି ପୁଟା ହାତରେ କାମୁଡି ଦେଇଥିଲା । କିଛି ସମୟ ପରେ ଗୋଲାପିର ହାତ ଜୋରରେ ବିନ୍ଧିବାରୁ ହଠାତ୍‍ ଚିତ୍କାର କରିବାରୁ ପାଖରେ ଶୋଇଥିବା ମାଆ ଓ ପରିବାର ଲୋକେ ଉଠି ଦେଖିଲେ ଗୋଲାପିର ହାତରେ ଦାନ୍ତ ଚିହ୍ନ ଥାଇ ରକ୍ତ ବାହାରିବାରୁ ସାପ କାମୁଡି ଥିବା ଅନୁମାନ କରି ଘରେ ଖୋଜା ଖୋଜି କରିବାରୁ ଗୋଟିଏ କୋଣରେ ସାପକୁ ଦେଖିଥିଲେ । ପରେ ସାପକୁ ନ ମାରି ଗୋଡାଇ ରଖିବା ସହ ଝିଅକୁ ଡାକ୍ତରଖାନା ନେବା ପାଇଁ କୌଣସି ଗାଡି ମଟର ପାଇ ନ ଥିଲେ। । ପରେ ପ୍ରାୟ ୨ ଘଣ୍ଟା ପରେ ଗାଡି ଯୋଗାଡ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିବା ପରେ କାର୍ଯ୍ୟରତ ଡାକ୍ତର ଦିଲିପ ସାହୁ ଗୋଲାପିକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା ତରଫରୁ କଣ୍ଟାବାଞ୍ଜି ଥାନା କୁ ଜଣାଇବା ପରେ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ ଡାକ୍ତରଖାନାରେ ପହଞ୍ଚି ତୁରେକେଲା ଥାନାକୁ ଖବର ଦେଇଥିଲେ। ତୁରେକେଲା ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନଂ ୧୦ ରୁଜୁ କରିବା ସହ ତଦନ୍ତ କାରି ଅଫିସର ପି.କେ.ସାହୁ, ଡାକ୍ତରଖାନାରେ ପହଞ୍ଚି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଗୋଲାପିର ପରିବାର ଓ ଗ୍ରାମବାସୀ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories