www.samajalive.in
Monday, December 15, 2025
15.1 C
Bhubaneswar

ଚୀନକୁ ନିଜର ଶକ୍ତି ଦେଖାଇଲା ତାଇୱାନ

ତାଇପେଇ: ଦକ୍ଷିଣ ଚୀନ ସାଗରରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରି ଅନ୍ୟ ଦେଶଗୁଡ଼ିକୁ ଅକଳରେ ପକାଇବାକୁ ଉଦ୍ୟମ ଚଳାଇଛି। ସେହିପରି ତାଇୱାନର କିଛି ଦ୍ବୀପକୁ ନିଜର ବୋଲି  ଦାବି କରୁଛି ଚୀନ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଚୀନକୁ ନିଜର ଶକ୍ତି ଦେଖାଇଛି ତାଇୱାନ। ଚୀନ ବିରୋଧରେ ଏହି ଦେଶ ସମରାଭ୍ୟାସ କରିଛି। ଦରକାର ପଡ଼ିଲେ ଚୀନକୁ ଆମେ ମୁହଁତୋଡ୍‌ ଜବାବ ଦେବୁ ବୋଲି ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ୱେନ୍‌ କହିଛନ୍ତି। ସେ କହିଛନ୍ତି, ଆମେ ନିଜ ମାଟିର ସୁରକ୍ଷା କରିବା ସହିତ ଚୀନର ଅନୁପ୍ରବେଶକୁ ରୋକିବାରେ ସକ୍ଷମ। ଯଦି ଚୀନ କୌଣସି ଅବାଞ୍ଛିତ କାର୍ଯ୍ୟ କରେ ତେବେ ଆମେ ତାହାର ଉପଯୁକ୍ତ ଉତ୍ତର ଦେବୁ।

ସୂଚନା ଅନୁସାରେ, ମଧ୍ୟ ତାଇୱାନର ଉପକୂଳ ଅଞ୍ଚଳ ତାଇଚୁଙ୍ଗରେ ଦେଶର ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଏଥିରେ ୮ ହଜାର ସୈନିକ ଭାଗ ନେଇଥିଲେ। ବାୟୁସେନାର ଏଫ-୧୬ ଯୁଦ୍ଧ ବିମାନ ଏବଂ ସ୍ବଦେଶୀ ଯୁଦ୍ଧ ବିମାନ ଚିଙ୍ଗ-କୁଓ ମଧ୍ୟ ସାମିଲ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଚୀନ ଏକାଧିକ ଥର ତାଇୱାନ ସୀମାରେ ନିଜର ଯୁଦ୍ଧ ବିମାନ ଉଡ଼ାଇବା ପରେ ତାଇୱାନ ଏହି ସମରାଭ୍ୟାସ କରିଛି। ଏପରି କି ତାଇୱାନ ନୌସେନା ଦକ୍ଷିଣ ଚୀନ ସାଗରର ତଟବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ମେଶିନ ଗନ୍‌ ଜରିଆରେ ଅଭ୍ୟାସ କରିଛି। ଏଥିରେ ଅନେକ ଯୁଦ୍ଧ ଜାହାଜ ବି ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories