www.samajalive.in
Friday, December 12, 2025
16.1 C
Bhubaneswar

ଆଖି ବୁଜିଲେ ବିଏମ୍‍ସି ମୁଖ୍ୟ କିରାଣି, ନିୟନ୍ତ୍ରଣ ବାହାରେ ଗଞ୍ଜାମ

ବ୍ରହ୍ମପୁର: ଗଞ୍ଜାମ ଜିଲାର କରୋନା ହଟସ୍ପଟ ପାଲଟିଛି ବ୍ରହ୍ମପୁର ସହର। ବୁଧବାର ଗୋଟିଏ ଦିନରେ ୮୫ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଥିବା ବେଳେ ଗତ ଏକ ମାସ ଭିତରେ ମୋଟ ୭୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ କରୋନାରେ ଆକ୍ରାନ୍ତ ଥିବା ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ୟ୍ୟାଳୟର ମୁଖ୍ୟକିରାଣୀ ଉପେନ୍ଦ୍ର ମାଝିଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁର ସହରର ପାଖାପାଖି ୧୫୦ଟି ସାହିକୁ କରୋନା ମାଡି ସାରିଛି। ମଙ୍ଗଳବାର ୮୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବୁଧବାର ୮୫ ଜଣ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ନୂତନ ସାହିରେ କରୋନା ମାଡିବାରେ ଲାଗିଛି।

ବିଶେଷକରି ବ୍ରହ୍ମପୁରରେ ଥିବା ଏମ୍‍କେସିଜି ମେଡିକାଲ କଲେଜ ଓ ହସପିଟାଲର ଡାକ୍ତର, ନର୍ସଙ୍କୁ ମିଶାଇ ଶତାଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ ବଡ଼ଖେମୁଣ୍ଡି ସାହି, ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ରୋଗୀସଂଖ୍ୟା ଅଧିକ ରହିଛନ୍ତି। ଆଜିକାଲି ଗଞ୍ଜାମରେ ଯେତେିକି କରୋନା ରୋଗୀ ବାହାରୁଛନ୍ତି ତାହାର ୩୦ ରୁ ୪୦ ପ୍ରତିଶତ କେବଳ ବ୍ରହ୍ମପୁର ସହରର ବୋଲି ଜଣାପଡ଼ିଛି। ଦିନକୁ ଦିନ ସହରର ସ୍ଥିତି ସଂଗୀନ ହେବାରେ ଲାଗିଛି। ବୁଧବାର ବିଏମସିର ମୁଖ୍ୟ କିରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁଥିପାଇଁ ବିଏମସିର ସ୍ୱାସ୍ଥ୍ୟ ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗକୁ ଚଳିତମାସ ଶେଷ ପର୍ୟ୍ୟନ୍ତ ବନ୍ଦ କରି ଦିଆଯାଇଛି ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

- Advertisement -

ବ୍ରହ୍ମପୁରକୁ କରୋନା ରେଡ୍‍ ଜୋନ ଭାବେ ଧରି ନିଆଯାଇ ବିଏମସି କାର୍ୟ୍ୟ କରୁଛି। ୨ ଦିନ ହେଲା ସହରର ସମସ୍ତ ସୀମା ସିଲ କରାଯାଇ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ସହରରେ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡି ବିଭିନ୍ନ ସାହି ବୁଲି ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଛି। ଅନ୍ୟପକ୍ଷରେ ବ୍ରହ୍ମପୁରରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫିଭର କ୍ଳିନିକ ଭାବେ ପ୍ରସ୍ତୁତ କରାଯାଇଛି। ସେଠାରେ ଲକ୍ଷଣ ଥିବା ଲୋକଙ୍କୁ ପରାମର୍ଶ ସହ ଆବଶ୍ୟକ ହେଲେ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ସ୍ଥିତି ସଂଗୀନ ରହିଥିଲେ ମଧ୍ୟ ବ୍ରହ୍ମପୁରର ପରିବା ବଜାର, ମାଛମାଂସ ଦୋକାନ ସହ ତେଜରାତି ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ ରହୁନାହିଁ। ଯାହା ସଂକ୍ରମଣ ବୃଦ୍ଧିର ଏକ କାରଣ ବୋଲି ଜଣାପଡ଼ିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories