www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ମାଡ଼: ୫ ବର୍ଷ ପର୍ଯ୍ୟନ୍ତ ବିନା ଦରମା ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ: ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଅନାବଶ୍ୟକତା ଭଳି ବିଭିନ୍ନ କାରଣ ଉପରେ ଆଧାର କରି ଏୟାର ଇଣ୍ଡିଆ କର୍ମଚାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ଏହି କର୍ମଚାରୀମାନଙ୍କୁ ବିନା ଦରମାରେ ୫ ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଯିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖ୍ୟ ରାଜୀବ ବନସଲ୍ ।

ବିମାନର ପରିଚାଳନା ବୋର୍ଡ ଏହାର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବନସାଲଙ୍କୁ କର୍ମଚାରୀମାନଙ୍କ ଦକ୍ଷତା ଓ ସ୍ବାସ୍ଥ୍ୟ ଆଧାରରେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରିବାକୁ ଅନୁମତି ଦେଇଛି । ଏହି ଛୁଟି ଅବଧିରେ କର୍ମଚାରୀମାନଙ୍କୁ ଦରମା ଦିଆଯିବ ନାହିଁ । ପ୍ରତ୍ୟେକ କର୍ମଚାରୀମାନଙ୍କ ଦକ୍ଷତା ଆକଳନ କରି ସେମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ବୋଲି ମଙ୍ଗଳବାର ଦିନ ଏକ ନିର୍ଦେଶରେ ପରିଚାଳନାବୋର୍ଡ଼ କହିଛି ।

- Advertisement -

ସିଏମଡିର ଆବଶ୍ୟକ ଅନୁମୋଦନ ପାଇବା ପାଇଁ ଏଭଳି କର୍ମଚାରୀଙ୍କ ନାମ ମୁଖ୍ୟ କାର୍ୟ୍ୟାଳୟରେ ଜେନେରାଲ ମ୍ୟାନେଜର (ପର୍ସନାଲ) କୁ ପଠାଯିବା ଏହାପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କରୋନା  ମହାମାରୀ ଯୋଗୁଁ ଭାରତ ଏବଂ ଅନ୍ୟ ଦେଶରେ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି। ଭାରତର ସମସ୍ତ ଏୟାରଲାଇନ୍ସ ନଗଦ ଖର୍ଚକୁ ବଞ୍ଚାଇବା ପାଇଁ ଦରମା ହ୍ରାସ, ଏବଂ କର୍ମଚାରୀଙ୍କୁ ଛୁଟିରେ ଯିବା ପରି ପଦକ୍ଷେପ ଗ୍ରହଣ କରିଛି କରୋନାଭାଇରସ୍ ମହାମାରୀ ହେତୁ ଦୁଇ ମାସର ବ୍ୟବଧାନ ପରେ ଭାରତ ମେ ୨୫ ରୁ ଘରୋଇ ଯାତ୍ରୀ ବିମାନ ଚଳାଚଳ ଆରମ୍ଭ କରିଛି । ଏହା ସତ୍ବେ ବର୍ତମାନ ସୁଦ୍ଧା ମାତ୍ର ୪୫% ବିମାନ ଚଳାଚଳ କରୁଛି । ଆନ୍ତର୍ଜାତିକ ଯାତ୍ରୀ ବିମାନ ବନ୍ଦ ରହିଛି। ସଙ୍କଟ କାରଣରୁ ୨୦୧୯ ତୁଳନାରେ ଭାରତୀୟ ପରିବହନକାରୀଙ୍କ ପାଇଁ ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ଚାହିଦା ୨୦୨୦ ରେ ୪୯% ହ୍ରାସ ପାଇବ ବୋଲି ଆକଳନ ପରେ ଏୟାର ଇଣ୍ଡିଆ ଏପରି ପଦକ୍ଷେପ ଗ୍ରହଣ କରିଛି

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories