www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ୱାଶିଂଟନ: କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି। ଫାର୍ମା କମ୍ପାନୀ ମୋଡେର୍ନା ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହି ଟିକା ନେଇଥିବା ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ପରୀକ୍ଷଣର ଫଳାଫଳରୁ ସ୍ପଷ୍ଟ ହୋଇଛି। ଆମେରିକୀୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୪୫ ସ୍ବୟଂସେବକଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯାଇଛି। ଯେଉଁମାନଙ୍କୁ ୨ ଥର ଟିକା ଦିଆଯାଇଛି ସେମାନଙ୍କ ନିକଟରେ କରୋନା ଭୂତାଣୁକୁ ମାରୁଥିବା ଆଣ୍ଟିବଡି ଅଧିକମାତ୍ରାରେ ବିକଶିତ ହେଉଛି ବୋଲି ନ୍ୟୁ ଇଂଲଣ୍ଡ ଜର୍ନାଲରେ ଗବେଷଷରା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପଟେ ପରୀକ୍ଷାରେ ସାମିଲ ହୋଇଥିବା ସ୍ବୟଂସେବକମାନଙ୍କଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିବା କୁହାଯାଇଛି। କେବଳ ସେମାନେ ଥକ୍କାପଣ, ମୁଣ୍ଡବିନ୍ଧା, ଥଣ୍ଡା ଲାଗିବା, ମାଂସପେଶୀରେ ଦରଜ ଏବଂ ଟିକା ନେଇଥିବା ସ୍ଥାନରେ ଦରଜ ଅନୁଭବ କରିଛନ୍ତି। ଯେଉଁମାନେ ୨ ଥର ଟିକା ନେଇଛନ୍ତି କେବଳ ସେମାନଙ୍କଠାରେ ହିଁ ଏହି ଲକ୍ଷଣ ଦେଖାଯାଇଛି।

- Advertisement -

ସୂଚନା ଅନୁସାରେ, ମୋଡେର୍ନା ହେଉଛି ପ୍ରଥମ କମ୍ପାନୀ, ଯିଏ କରୋନା ଟିକାର ମାନବ ପରୀକ୍ଷଣ ଗତ ମାର୍ଚ୍ଚ ୧୬ରେ ଆରମ୍ଭ କରିଥିଲା। ଭୂତାଣୁର ଜେନେଟିକ୍‌ ସିକ୍ଵେନ୍ସ ଜାରି ରହିବାର ୬୬ ଦିନ ପରେ କମ୍ପାନୀ ଟିକା ପ୍ରସ୍ତୁତ କରିବା ସହିତ ଏହାର ପରୀକ୍ଷଣ କରିଥିଲା। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜୀ ଆଣ୍ଡ ଇନ୍‌ଫେକ୍ସିସ ଡିଜିଜ୍‌ର ନିର୍ଦେଶକ ଡା. ଆଣ୍ଟୋନୀ ଫୋସୀ ଏହାକୁ ଏକ ଶୁଭ ଖବର ବୋଲି କହିଛନ୍ତି। ଟିକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥିବାରୁ ଏହାଦ୍ବାରା ଉଚ୍ଚ ସ୍ତରର ଆଣ୍ଟିବଡି ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories